25.1 C
Bhubaneswar
Tuesday, March 10, 2026
Homeଓଡିଶାଲକ୍ଷାଧିକ ଟଙ୍କାର ବାଣ ଜବତ: ୩ ଅଭିଯୁକ୍ତ ଗିରଫ

ଲକ୍ଷାଧିକ ଟଙ୍କାର ବାଣ ଜବତ: ୩ ଅଭିଯୁକ୍ତ ଗିରଫ

ମୟୁରଭଞ୍ଜ: ଦୀପାବଳି ପୂର୍ବରୁ  ଏସପିଙ୍କ  ନିର୍ଦ୍ଦେଶରେ  ମୟୁରଭଞ୍ଜ ପୋଲିସର ଅପରେସନ ଅଗ୍ନି ଜାରି ରହିଛି । ଏହି ଅପରେସନରେ ପୋଲିସକୁ ବଡ ସଫଳତା ମିଳିଛି ।  ଲକ୍ଷାଧିକ ଟଙ୍କାର  ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରୁ ୩ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ବାଣ ଭିଡୁଥିବା ସମୟରେ  ପୋଲିସକୁ ଦେଖି ଏକାଧିକ ଚମ୍ପଟ ମାରିଥିବା ବେଳେ ଘଟଣାସ୍ଥଳରୁ ୫୪ ବସ୍ତା ବାଣ,  ବାଣ ପ୍ରସ୍ତୁତ ପାଇଁ ରଖାଯାଇଥିବା  ବିସ୍ଫୋରକ ଦ୍ରବ୍ୟ ଜଗତ କରାଯାଇଥିଲା ।  ଯାହାର ଆନୁମାନିକ ମୂଲ୍ୟ  ପ୍ରାୟ ୧ରୁ ୨ ଲକ୍ଷ ଟଙ୍କାରୁ ଅଧିକ  ହେବ ।  ସେହିଭଳି ବେଆଇନ ବାଣ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଘଟଣାସ୍ଥଳରୁ  ଗିରଫ କରିଥିଲା ପୋଲିସ । ତେବେ ଅପରେସନ ଅଗ୍ନି ଅଧୀନରେ ଦୀପାବଳି ପର୍ଯ୍ୟନ୍ତ  ଏଭଳି ଚଢାଉ ଜାରି ରହିବ ବୋଲି ଏସଡିପିଓ ଶ୍ରୀମତି ବିଶ୍ୱାଳ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking