ମୟୁରଭଞ୍ଜ: ଦୀପାବଳି ପୂର୍ବରୁ ଏସପିଙ୍କ ନିର୍ଦ୍ଦେଶରେ ମୟୁରଭଞ୍ଜ ପୋଲିସର ଅପରେସନ ଅଗ୍ନି ଜାରି ରହିଛି । ଏହି ଅପରେସନରେ ପୋଲିସକୁ ବଡ ସଫଳତା ମିଳିଛି । ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରୁ ୩ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ବାଣ ଭିଡୁଥିବା ସମୟରେ ପୋଲିସକୁ ଦେଖି ଏକାଧିକ ଚମ୍ପଟ ମାରିଥିବା ବେଳେ ଘଟଣାସ୍ଥଳରୁ ୫୪ ବସ୍ତା ବାଣ, ବାଣ ପ୍ରସ୍ତୁତ ପାଇଁ ରଖାଯାଇଥିବା ବିସ୍ଫୋରକ ଦ୍ରବ୍ୟ ଜଗତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ରୁ ୨ ଲକ୍ଷ ଟଙ୍କାରୁ ଅଧିକ ହେବ । ସେହିଭଳି ବେଆଇନ ବାଣ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ପୋଲିସ । ତେବେ ଅପରେସନ ଅଗ୍ନି ଅଧୀନରେ ଦୀପାବଳି ପର୍ଯ୍ୟନ୍ତ ଏଭଳି ଚଢାଉ ଜାରି ରହିବ ବୋଲି ଏସଡିପିଓ ଶ୍ରୀମତି ବିଶ୍ୱାଳ କହିଛନ୍ତି ।









