ସମ୍ବଲପୁର : ଏସିଏଏଫ ରେବତୀ ରମଣ ଯୋଶୀ ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ଗିରଫ ହୋଇଛନ୍ତି । ଏସିଏଫ ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ରମଣ ଯୋଶୀଙ୍କ ସମ୍ବଲପୁର ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଛି। ଏସିଏଫଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ଯାଞ୍ଚ କରାଯାଇଥିଲା । ଜବତ ଟଙ୍କା ଗଣିବା ପାଇଁ ଆସିଲା ମେସିନ। ଭିଜିଲାନ୍ସ ଏସିଏଫ ଘରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏସିଏଫଙ୍କ ସମ୍ବଲପୁରରେ ଥିବା କ୍ୱାର୍ଟର୍ସରେ ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଏହି ଟଙ୍କା ମିଳିଥିଲା । । ରମଣ ଯୋଶୀଙ୍କ ସମ୍ବଲପୁରରେ ଥିବା ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଥିଲା । ଏସିଏଫଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ମଧ୍ୟ ଯାଞ୍ଚ କରାଯାଇଥିଲା।