15.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଗିରଫ ହିନ୍ଦୁ ସାଧୁଙ୍କ ଓକିଲଙ୍କୁ ଆକ୍ରମଣ

ଗିରଫ ହିନ୍ଦୁ ସାଧୁଙ୍କ ଓକିଲଙ୍କୁ ଆକ୍ରମଣ

ନୂଆଦିଲ୍ଲୀ : ବାଂଲାଦେଶରେ  ଗିରଫ ହୋଇଥିବା  ହିନ୍ଦୁ ସାଧୁ ତଥା  ଇସ୍କନର ଜଣେ ସଦସ୍ୟ  ଚିନ୍ମୟ କୃଷ୍ଣ ଦାସ  ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ  ଆକ୍ରମଣ ହୋଇଛି ।   ଏନେଇ ଇସ୍କନ ଇଣ୍ଡିଆ ପକ୍ଷରୁ  ଅଭିଯୋଗ କରାଯାଇଛି ।  ଓକିଲଙ୍କୁ ଇସଲାମବାଦୀମାନେ ତାଙ୍କ ଘରେ ପଶି ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଇସ୍କନ ଇଣ୍ଡିଆ ଦାବି କରିଛି। ଇସ୍କନ ଇଣ୍ଡିଆ ସୋଶାଲ ମିଡିଆ ପୋଷ୍ଟରେ କହିଛି ଯେ ଏହି ଆକ୍ରମଣ ପରେ ଓକିଲ ଜଣକ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଏପରି ଘଟଣା ଘଟିଛି। ଇସ୍କନ ଇଣ୍ଡିଆର ଉପସଭାପତି ତଥା ମୁଖପାତ୍ର ରାଧରମଣ ଦାସ ଆକ୍ରମଣର ଶିକାର ହୋଇଥିବା ଓକିଲଙ୍କ ଫଟୋ ପୋଷ୍ଟ କରି ତାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି। ସେ କହିଛନ୍ତି   ଓକିଲ ରମେନ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କର ଏକମାତ୍ର ଦୋଷ ହେଉଛି, ସେ ଚିନ୍ମୟ କୃଷ୍ଣ ପ୍ରଭୁଙ୍କ ମକଦ୍ଦମା ଲଢ଼ୁଥିଲେ। ଇସଲାମବାଦୀମାନେ ତାଙ୍କୁ ଘରେ ପଶି ଆକ୍ରମଣ କରିଛନ୍ତି, ସେ ବର୍ତ୍ତମାନ ଓଉଟରେ ଜୀବନ-ମରଣ ସହ ଲଢ଼େଇ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking