ଭୁବନେଶ୍ୱର: ଭୁବନେଶ୍ୱର ଖାରବେଳନଗରରେ ଘର ଭଡ଼ାକୁ ନେଇ ମାରପିଟ ଦେଖିବାକୁ ମିଳିଛି । ଘର ମାଲିକ ଏବଂ ଭଡ଼ାରେ ରହୁଥିବା ଯୁବତୀଙ୍କ ମଧ୍ୟରେ ମାର୍ପିଟ ହେଉଥିବାର ସୂଚନା ରହିଛି । ସୂଚନା ମୁତାବକ, ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଜଣେ ଯୁବତୀ ଦୀର୍ଘଦିନ ହେବ ଭଡ଼ାରେ ରହୁଥିଲେ । ଘର ଛାଡିବାକୁ ଯୁବତୀଙ୍କୁ ଘର ମାଲିକ ପୂର୍ବରୁ କହିଥିଲେ । ହେଲେ ଯୁବତୀ ଜଣଙ୍କ କୌଣସି କାରଣରୁ ଘର ଛାଡିପାରିନଥିଲେ । ଶେଷରେ ଘର ମାଲିକ ଏବଂ ଯୁବତୀଙ୍କ ମଧ୍ୟରେ ଘର ଭଡ଼ାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଉ ପାଟିତୁଣ୍ଡ ଏତେ ଜୋରରେ ବଢିଥିଲା ଯେ, ଉଭୟ ହାତାହାତି ଯାଏଁ କଥା ଯାଇଥିଲା । ଘର ମାଲିକ ଜଣକ ଟାୟାରରେ ପିଟିବା ସହ ଯୁବତୀଙ୍କୁ ଚୁଟି ଘୋଷାଡି ପିଟିଥିଲେ । ସେପଟେ ଯୁବତୀ ଜଣଙ୍କ ମଧ୍ୟ ପନିକି ଧରି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ଶେଷରେ ଖାରବେଳନଗର ଥାନାରେ ଉଭୟ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।