28.1 C
Bhubaneswar
Monday, July 1, 2024
Homeଦେଶ ବିଦେଶନଦୀରେ ସେନା ଟ୍ୟାଙ୍କ୍‌ ଭାସିବା ଘଟଣା : ୫ ଯବାନ ଶହୀଦ

ନଦୀରେ ସେନା ଟ୍ୟାଙ୍କ୍‌ ଭାସିବା ଘଟଣା : ୫ ଯବାନ ଶହୀଦ

ଲଦାଖ : ଚୀନ ସୀମା ସଂଲଗ୍ନ ଲଦାଖରେ ବନ୍ୟାଜଳରେ ସେନାର ଏକ ଟ୍ୟାଙ୍କ ଭାସିଯିବା ଫଳରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ଜଣେ ଜୁନିଅର କମିଶନଡ ଅଫିସର ମଧ୍ୟ ଅଛନ୍ତି । ଆଜି ଭୋର ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଛି ।
ଦୌଲତ ବେଗ ଓଲଡି ଏରିଆରେ ଥିବା ଏକ ଶୁଖିଲା ନଦୀକୁ ସେନାର ଟି-୭୨ ଟ୍ୟାଙ୍କ ଅତିକ୍ରମ କରିବା ବେଳେ ହଠାତ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଟ୍ୟାଙ୍କଟି ଭାସିଯାଇଥିଲା । ସେଥିରେ ଥିବା ଜଣେ କନିଷ୍ଠ ସେନାଧିକାରୀଙ୍କ ସମେତ ମୋଟ ୫ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking