28.1 C
Bhubaneswar
Saturday, March 28, 2026
Homeଓଡିଶାଗୋପାଳପୁରରେ ପହଞ୍ଚିଲେ ସେନା ମୁଖ୍ୟ

ଗୋପାଳପୁରରେ ପହଞ୍ଚିଲେ ସେନା ମୁଖ୍ୟ

ଗୋପାଳପୁର: ଗୋପାଳପୁର ଏୟାର ଡିଫେନ୍ସ କଲେଜରେ ପହଞ୍ଚିଲେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଆର୍ମି ଏୟାର ଡିଫେନ୍ସ ସିଷ୍ଟମ ପରଖିବେ । ବରିଷ୍ଠ ଓ ଯୁବ ସେନାଧିକାରୀଙ୍କୁ ଭେଟିବେ ସେନା ମୁଖ୍ୟ । ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଗସ୍ତ ଦୃଷ୍ଟିରୁ କଡା ସୁରକ୍ଷା କରାଯାଇଛି । ଗୋପାଳପୁରରେ ପହଞ୍ଚିବା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ସପରିବାର ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ। ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଜଗା ଦର୍ଶନ ସହ ପୁରୀରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ଜେନେରାଲ ଦ୍ବିବେଦୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking