ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ । ଭାରତ – ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭେଟିଲେ । ସାମ୍ପ୍ରତିକ ସ୍ଥିତି ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ । ପାକିସ୍ତାନୀ ସେନା ଭାରତର ୧୫ଟି ସହରରେ ଥିବା ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଏକ ବିଫଳ ପ୍ରୟାସ କରିଥିଲା। ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିଦେଇଥିଲା। ଏହି ସମୟରେ, ବାଂଲାଦେଶ-ଭାରତ ସୀମାରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା।