26.1 C
Bhubaneswar
Wednesday, December 17, 2025
Homeଓଡିଶାଭିଜିଲାନ୍ସ ହାତରେ ଆର୍‌ଆଇ ଓ ଏଆର୍‌ଆଇ

ଭିଜିଲାନ୍ସ ହାତରେ ଆର୍‌ଆଇ ଓ ଏଆର୍‌ଆଇ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବିରମହାରାଜପୁର ତହସିଲର ଖଣ୍ଡହାଟ ରାଜସ୍ୱ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଜମି ପଟ୍ଟା ବାବଦରେ ଜଣେ ବ୍ୟକ୍ତିଙ୍କ ନିକଟରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେମାନଙ୍କୁ ଟଙ୍କା ସହିତ ଧରିଛି ଭିଜିଲାନ୍ସ। ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ବହୁ ଦିନ ଧରି ଜମି ପଟ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ତେଣୁ ସେହି ବିବାଦରୁ ମୁକ୍ତି ଦେବାକୁ କହି ଜମି ପଟ୍ଟା ବାବଦରେ ରାଜସ୍ୱ ନିରୀକ୍ଷକଙ୍କ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ସେହି ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ଯଦି ଟଙ୍କା ନ ଦିଅନ୍ତି ତେବେ ଟଙ୍କା କାମ ହୋଇପାରିବ ନାହିଁ ବୋଲି କହିଥିଲେ ଅତିରିକ୍ତ ରାଜସ୍ୱ ନିରୀକ୍ଷକ। ତେଣୁ ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀଙ୍କ ଯୋଜନା ମୁତାବକ ବ୍ୟକ୍ତିଜଣଙ୍କ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ରେଡ କରିଥିଲା। ସୁବର୍ଣ୍ଣପୁର ବିରମହାରାଜପୁର ତହସିଲର ଖଣ୍ଡହାଟ ରାଜସ୍ୱ ନିରୀକ୍ଷକଙ୍କ ନିକଟରୁ ଉକ୍ତ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଏହି ସମସ୍ତ ଘଟଣା ବାବଦରେ ଏହି ଅଧିକାରୀମାନଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking