18.1 C
Bhubaneswar
Friday, January 17, 2025
Homeଓଡିଶାବ୍ୟବହାର କରୁଛନ୍ତି କି  ହେୟାର ସ୍ପ୍ରେ ? ତାହେଲେ ଜାଣନ୍ତୁ କଣ ହେବ ..

ବ୍ୟବହାର କରୁଛନ୍ତି କି  ହେୟାର ସ୍ପ୍ରେ ? ତାହେଲେ ଜାଣନ୍ତୁ କଣ ହେବ ..

ଭୁବନେଶ୍ୱର : କେଶକୁ ସୁନ୍ଦର ଏବଂ ସିଲ୍କ ରଖିବା ପାଇଁ ନାମୀ ଦାମୀ ହେୟାର  ସ୍ପ୍ରେ ବ୍ୟବହାର କରନ୍ତି ଆଜିର ଯୁବପିଢି । ବିଭିନ୍ନ ପାର୍ଲର , ସାଲୁନରେ ମଧ୍ୟ ବ୍ୟବହାର କରନ୍ତି । ତେବେ ଜାଣିଛନ୍ତି କି ଏହା କେତେ ହାନିକାରକ । ହେୟାର ସ୍ପ୍ରେ ବ୍ୟବହାର କରିବା ଠାରୁ  ଦୂରେଇ ରୁହନ୍ତୁ । ଆଜିକାଲି ସମସ୍ତେ ନିଜ କେଶକୁ ଷ୍ଟାଇଲ କରିବା ପାଇଁ ପ୍ରାୟତଃ  ହେୟାର ସ୍ପ୍ରେ ବ୍ୟବହାର କରନ୍ତି  । ତେବେ ଏହା କ୍ରମାଗତ ଭାବେ ବ୍ୟବହାର କରିବା ଦ୍ୱାରା କେଶର କ୍ଷତି ହୋଇଥାଏ ।  ହେୟାର ସ୍ପ୍ରେରେ  ଥିବା ରାସାୟନିକ  ପଦାର୍ଥ କେଶର ଆଦ୍ରତାକୁ ହ୍ରାସ କରିଥାଏ ।  ଏହି ସ୍ପ୍ରେ କେଶକୁ ଦୁର୍ୱଳ କରେ  ଏବଂ କେଶ ଝଡିଥାଏ । ଅଧିକ ପରିମାଣରେ ବ୍ୟବହାର କରିବା ଦ୍ୱାରା ମୁଣ୍ଡରେ ଗଞ୍ଜାପଣ ସୃଷ୍ଟି ହୋଇଥାଏ । ଏବଂ ଆଲର୍ଜି ମଧ୍ୟ ହୋଇଥାଏ ।  ଅତ୍ୟଧିକ ବ୍ୟବହାର ଦ୍ୱାରା  କେଶର ପ୍ରାକୃତିକ ରଙ୍ଗ କମିବା ଆରମ୍ଭ କରେ ।  ହେୟାର ସ୍ପ୍ରେ ଅଳ୍ପ ବ୍ୟବହାର କରିବା ଆବଶ୍ୟକ ।  ଏହା ପରେ ଶୀଘ୍ର ସାମ୍ପୋ କରିନିଅନ୍ତୁ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking