32.1 C
Bhubaneswar
Sunday, February 15, 2026
Homeଓଡିଶାଅସମୟରେ ଖାଦ୍ୟ ଖାଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା..

ଅସମୟରେ ଖାଦ୍ୟ ଖାଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା..

ଭୁବନେଶ୍ୱର : ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସଠିକ ସମୟରେ ଖାଦ୍ୟଗ୍ରହଣ କରିବା ଖୁବ୍ ଆବଶ୍ୟକ ଅଟେ। ଆମେ ଛୋଟବେଳୁ ଶୁଣି ଆସିଛେ ଅସମୟରେ ଖାଦ୍ୟ ଖାଇଲେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ବିଳମ୍ବ ବା ଅସମୟରେ ଖାଦ୍ୟ ଖାଇଲେ ଏହା ଶରୀର ସହିତ ଆମର ଲିଭର ବା ଯକୃତ ଉପରେ ସିଧାସଳଖ କୁପ୍ରଭାବ ପକାଇଥାଏ। ଏହାର କାର୍ଯ୍ୟକାରିତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଲିଭର ଓ ପ୍ରୋଟିନ ଚକ୍ର:
ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ପ୍ରକାଶ ଆମ ଶରୀରର ଲିଭର ନିଜସ୍ୱ ଏକ ସମୟଚକ୍ର ରହିଛି । ଲିଭର ଆମ ଶରୀରର ରକ୍ତରେ ପ୍ରବାହିତ ପ୍ରମୁଖ ପ୍ରୋଟିନ ତତ୍ତ୍ୱକୁ ସଂଶ୍ଲେଷଣ କରିଥାଏ । ଏକ ସ୍ଥିର ପ୍ରକ୍ରିୟାରେ ଲିଭର ପ୍ରୋଟିନ ସଂଶ୍ଲେଷଣ କରିଥାଏ ବୋଲି ପୂର୍ବରୁ ବିଶ୍ୱାସ କରାଯାଉଥିଲା । ମାତ୍ର ନିକଟରେ ପ୍ରକାଶିତ ତଥ୍ୟ ଏହାକୁ ଚ୍‌ଯାଲେଞ୍ଜ କରିଛି । ନୂତନ ପ୍ରକାଶିତ ତଥ୍ୟ ଅନୁଯାୟୀ ଲିଭର ୨୪ ଘଣ୍ଟା ଏକ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ କରିଥାଏ । ଏବଂ ରକ୍ତକୁ ପ୍ରୋଟିନ ପ୍ରଦାନ କରିଥାଏ ।

ଅନିୟମିତ ଖାଦ୍ୟ ଗ୍ରହଣ:
ବିଭିନ୍ନ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିଜର ଚାକିରି ପାଇଁ ଅସମୟରେ ଖାଦ୍ୟଗ୍ରହଣ କରିଥାନ୍ତି । ଯଦ୍ୱାରା ତାଙ୍କ ଲିଭରର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ । ଅସମୟରେ ଖାଦ୍ୟ ଗ୍ରହଣ କରିବା ଲିଭରର ସର୍କେଡିଆନ ରିଦମ୍‌କୁ ପ୍ରଭାବିତ କରିଥାଏ । ଶରୀରର ସମୟ ଅନୁଯାୟୀ ଲିଭର ପ୍ରୋଟିନ କ୍ଷରଣ କରୁଥିବାରୁ ଅସମୟରେ ଖାଇବା ଦ୍ୱାରା ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ।

ମେଦବହୁଳତା ଓ ରୋଗ ହେବାର ସମ୍ଭାବନା:
ଏହି ଅଧ୍ୟୟନରୁ ପ୍ରକାଶ ଆମ ଲିଭରର କାର୍ଯ୍ୟକାରିତା ୨୪ ଘଣ୍ଟାରୁ ଅଧିକ ସମୟ ଧରି ବାଧାପ୍ରାପ୍ତ ହେଲେ ଏହା ଶରୀର ପ୍ରତି ଘାତକ ସାଜିପାରେ। ଏଥିପାଇଁ ଦୀର୍ଘକାଳୀନ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଅଧ୍ୟୟନ ଲିଭରର କାର୍ଯ୍ୟକାରିତା ଓ ମେଦବହୁଳତା ମଧ୍ୟରେ ସାମଞ୍ଜସ୍ୟ ଉପରେ ଆଲୋକପାତ କରିଛି । ଲିଭର କିପରି ମଲେକ୍ୟୁଲାର ସ୍ତରରେ କାର୍ଯ୍ୟ କରେ ଏବଂ ଏହାର ଶରୀର ଉପରେ କେଉଁ ପ୍ରଭାବ ରହିଛି ସେନେଇ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଏହା ଆମର ପ୍ରତିଦିନର ଦିନଚର୍ଯ୍ୟା ଓ ଖାଦ୍ୟପେୟ ଅଭ୍ୟାସ କିପରି ଶରୀରର ଅନ୍ତରୀଣ ପ୍ରକ୍ରିୟା ଉପରେ ପ୍ରଭାବ ପକାଏ ତାହା ଉପରେ ବିଶେଷ ଧ୍ୟାନ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking