ଭୁବନେଶ୍ୱର: ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଗ୍ରୀନ ଟି । ଓଜନ ହ୍ରାସ କରିବାରେ ଏହା ବହୁତ ପ୍ରଭାବଶାଳୀ । ଅଧିକାଂଶ ସମୟରେ ଡାକ୍ତର ଗ୍ରୀନ ଟି ଖାଲି ପେଟରେ ପିଇବାକୁ ମନା କରନ୍ତି । ଗ୍ରୀମ ଟିରେ ଟାନିନ ଏବଂ ପଲିଫେନୋଲ ଥାଏ, ଯାହା ଖାଲି ପେଟରେ ପିଇଲେ ପେଟରେ ଏସିଡ ସୃଷ୍ଟି କରେ । ବଦହଜମୀ, ବାନ୍ତି ଭଳି ସମସ୍ୟା ସୃଷ୍ଟି ହୁଏ । ଚାକ୍ତରଙ୍କ କହିବା ଅନୁସାରେ ସକାଳେ ହାଲୁକା ଖାଦ୍ୟ ଖାଇସାରିବା ପରେ ଗ୍ରୀନ ଟି ପିଇବା ଉଚିତ । କିଛି ଲୋକ ବ୍ୟାୟାମ ପୂର୍ୱରୁ କିମ୍ବା ପରେ ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି । କାରଣ ଏହା ଶରୀରକୁ ସତେଜ ରଖିବା ସହିତ ଷ୍ଟାମିନା ବୃଦ୍ଧି କରିବାରେ ସାହାଯ୍ୟ କରେ । ସାଧାରଣତଃ ଦିନକୁ ୨ରୁ ୩ କପ ଗ୍ରୀନ ଟି ପିଇବା ଯଥେଷ୍ଟ ଭଲ ବୋଲି ବିବେଚନା କରାଯାଏ । ଅତ୍ୟଧିକ ସବୁଜ ଚା ପିଇବା ଦ୍ୱାରା ପେଟ ଖରାପ, ଅନିଦ୍ରା, ଏବଂ ଯକୃତ ଉପରେ ଚାପ ପରି ସମସ୍ୟା ହୋଇପାରେ ।









