25.1 C
Bhubaneswar
Tuesday, March 24, 2026
Homeଓଡିଶାଧନୁଯାତ୍ରା ପ୍ରସ୍ତୁତି: କଳାକାରଙ୍କ ଅଭିନୟ ଅଭ୍ୟାସ

ଧନୁଯାତ୍ରା ପ୍ରସ୍ତୁତି: କଳାକାରଙ୍କ ଅଭିନୟ ଅଭ୍ୟାସ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଛି ଆଖଡ଼ା । ମଥୁରା ନଗରୀ ପାଇଁ ଆରମ୍ଭ ହୋଇଛି ଆଖଡ଼ା । ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ କଂସ ଏବଂ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା କଳାକାର ଆରମ୍ଭ କରିଛନ୍ତି ମଞ୍ଚଭ୍ୟାସ । ୧୪ ଗୋଟି ରଙ୍ଗମଞ୍ଚରେ ଅଭିନୟ କରିବେ କଳାକାର। ବରଗଡ଼ ଧନୁଯାତ୍ରାରେ ଦର୍ଶକ ମଧ୍ୟ ଜଣେ ଜଣେ କଳାକାର ପାଲଟି ଯାଇଥାନ୍ତି।ଚଳିତ ବର୍ଷ ଧନୁଯାତ୍ରାକୁ ଆହୁରି ଆକର୍ଷଣ କରିବା ପାଇଁ ଜୋରଦାର ପ୍ରସ୍ତୁତ ହୋଇଛି। ଧନୁଯାତ୍ରା ପାଇଁ କଳାକାର ମାନେ ଆଖଡ଼ା ପ୍ରସ୍ତୁତ କାମରେ ଲାଗିପଡିଛନ୍ତି। ସୂଚନା ମୁତାବକ, ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୭ ବର୍ଷରେ ପଦାର୍ପଣ କରିଛି । ଜାନୁୟାରୀ ୦୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ମାନେ ୧୧ ଦିନ ଆୟୋଜିତ ହେବ ଏହି ବିଶ୍ୱ ପ୍ରସିଦ୍ଧ ମହୋତ୍ସବ। ଚଳିତ ବର୍ଷ ନୂତନ କଂସ ଭାବେ ଭୁବନେଶ୍ୱର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ଧନୁଯାତ୍ରାକୁ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେନେଇ କଳାକାର ମଧ୍ୟ ନୂତନ ଡାଇଲଗ ଓ ନୂତନ ଅଭିନୟ ଦେଖାଇବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking