14.1 C
Bhubaneswar
Tuesday, January 13, 2026
Homeଓଡିଶାବିଜେଡିର ଗୁମର ଖୋଲିଲେ ଅର୍ଚ୍ଚନା ନାଗ୍‌

ବିଜେଡିର ଗୁମର ଖୋଲିଲେ ଅର୍ଚ୍ଚନା ନାଗ୍‌

ଭୁବନେଶ୍ୱର: ଗତିକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ଆଉ ଆଜି ସାମ୍ବାଦିକ ସମ୍ମିଳନୀ କରି ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା ନାଗ । ବିଜେଡି ବିରୋଧରେ ବିଷ ଓଗାଳିଛନ୍ତି ଅର୍ଚ୍ଚନା ନାଗ । ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚ୍ଚନା । ବିଜେଡି ନେତା ତାଙ୍କୁ ପଛରୁ ଛୁରୀ ମାରିଥିଲେ ବୋଲି ଅର୍ଚ୍ଚନା କହିଛନ୍ତି ।ବିଜେଡି ନେତା ବବି ଦାସ, ମାନସ ମଙ୍ଗରାଜ ଓ ଅମରେଶ ଜେନାଙ୍କ ନାମରେ ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି ।

ଏହାଛଡ଼ା ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ବି ଅର୍ଚ୍ଚନା ଅଭିଯୋଗ ଆଣିଛନ୍ତି । ଏହି ଅବସରରେ ସେ ପୁଲିସ ଅଧିକାରୀ ପ୍ରତୀକ ସିଂ, ପ୍ରକାଶ ପାଲ ଓ ଅନୁପ କାନୁନଗୋଙ୍କ ନାମ ନେଇଛନ୍ତି । ସେ କହିଛନ୍ତି ଯେ ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିଲା । ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା ।

ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଅର୍ଚ୍ଚନା କହିଥିଲେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଯେଉଁମାନେ ହଇରାଣ କରିବା ସହ ନିର୍ୟାତନା ଦେଇଛନ୍ତି ସେମାନଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଅର୍ଚ୍ଚନା ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ଏହି ଘଟଣା ପଛରେ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ସେମାନଙ୍କ ଅସଲ ମୁଖା ରାଜ୍ୟବାସୀ ଦେଖିବେ ବୋଲି କହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking