14.1 C
Bhubaneswar
Thursday, January 15, 2026
Homeଓଡିଶାଓଡିଶାରେ ଅକ୍ଷୟଶକ୍ତି ପ୍ରକଳ୍ପ ପାଇଁ 869.8 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ

ଓଡିଶାରେ ଅକ୍ଷୟଶକ୍ତି ପ୍ରକଳ୍ପ ପାଇଁ 869.8 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା। 869.8 କୋଟି ଟଙ୍କା ବିନିଯୋଗରେ ମୋଟ 178 ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍‌ ୱିଣ୍ଡୋ କମିଟି (SWC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ GRIDCO ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟପ୍ରିୟ ରଥଙ୍କ ସମେତ ଗ୍ରିଡକୋ ଏବଂ ଓଏଚପିସିର ନିର୍ଦ୍ଦେଶକ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ତଥା ପ୍ରମୁଖ ବିଦ୍ୟୁତ ନିରୀକ୍ଷକ ଓ ଅନ୍ୟାନ୍ୟ ବରିଷ୍ଠ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଅକ୍ଷୟ ଶକ୍ତି ପ୍ରମୁଖ ସଂସ୍ଥା (RENA) ର ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଏହି ବୈଠକରେ ଉପସ୍ଥାପନ କରିଥିଲେ ଏବଂ ତତସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଚାରବିମର୍ଶ ପରେ ସିଙ୍ଗଲ ୱିଣ୍ଡୋ କମିଟି ତାହାକୁ ଅନୁମୋଦନ ଦେଇଥିଲା।

ଅନୁମୋଦିତ ପ୍ରକଳ୍ପମାନଙ୍କ ମଧ୍ୟରେ ରହିଛି, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପ୍ରୋଜିଏଲ୍ ଗ୍ରୀନ ଏନର୍ଜି ଲିମିଟେଡ ଦ୍ୱାରା 69.5 ମେଗାୱାଟ୍ ସୋଲାର୍‌ ପାର୍କ, କେନ୍ଦୁଝର ଜିଲ୍ଲା ର ତେଲକୋଇ ଠାରେ ଆଇନକ୍ସ୍ ସୋଲାର୍ ଲିମିଟେଡ୍ ଦ୍ୱାରା 49.5 ମେଗାୱାଟ୍ ସୋଲାର୍‌ ପ୍ରକଳ୍ପ, ଝାରସୁଗୁଡା ର ଲଖନପୁର ଠାରେ ମହାନଦୀ କୋଲ୍ ଫିଲ୍ଡ ଦ୍ୱାରା 10 ମେଗାୱାଟ୍ ସୋଲାର୍‌ ପ୍ରକଳ୍ପ ଓ ନବରଙ୍ଗପୁର ର ପାପଡାହାଣ୍ଡିରେ ଏନ୍.ଏଲ୍.ସି ଦ୍ୱାରା ପବନ ଶକ୍ତି ପ୍ରକଳ୍ପ । ଏହି ପ୍ରକଳ୍ପଗୁଡ଼ିକ ସମେତ, ଏପର୍ଯ୍ୟନ୍ତ ସିଙ୍ଗଲ୍ ୱିଣ୍ଡୋ କମିଟି ମାଧ୍ୟମରେ ମୋଟ 1,844.86 ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ମୋଟ 12,599.79 କୋଟି ଟଙ୍କା ର ବିନିଯୋଗ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାର ବିକାଶ ଯାତ୍ରାରେ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ତଥା ରାଜ୍ୟରେ ଏକ ସହଜ ଓ ସୁବିଧାଜନକ ଉଦ୍ୟୋଗ ଅନୁକୁଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରକଳ୍ପ ଗୁଡିକ ରାଜ୍ୟରେ ନୂତନ ରୋଜଗାର ସୃଷ୍ଟି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking