ଭୁବନେଶ୍ୱର: ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ । ୧୧ଟି ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ପ୍ଲାଷ୍ଟିକ, ଟେକ୍ସଟାଇଲ, ପଯ୍ୟଟନ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ଏହା ଦ୍ୱାରା ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନ୍ୟପଟେ, ଲିଜ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି । ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ୩ ପ୍ରତିଶତ ଦେବାକୁ ପଡିବ । ପୂର୍ୱରୁ ୧୦ ପ୍ରତିଶତ କନଭରସେସନ ଫି ଦେବାକୁ ପଡୁଥିଲା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।