ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ ନିଯୁକ୍ତିକୁ ରଦ୍ଦ କରିଛନ୍ତି ରାଜ୍ୟପାଳ । ପ୍ରଫେସର ନିଯୁକ୍ତି ରଦ୍ଦ କରାଯାଇଛି । ନୂଆ କୁଳପତି ନିଯୁକ୍ତି କରାଯିବ । ଏନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି, ଆଡଭୋକେଟ ଜେନେରାଲ । ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଭାରାପ୍ରାପ୍ତ କୂଳପତି ନିଯୁକ୍ତି ବେଆଇନ ଦର୍ଶାଇ କୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା । ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଭାରପ୍ରାପ୍ତ କୂଳପତି ନିଯୁକ୍ତି ବେଆଇନ ବୋଲି ଦର୍ଶାଇଥିଲେ । ଏନେଇ ହାଇକୋର୍ଟରେ ମାମଲା ଦାୟର କରିଥିଲେ ଆଇନଜୀବିି ପ୍ରବୀର ଦାସ ।









