ଭୁବନେଶ୍ୱର: ଚଳଚ୍ଚିତ୍ର ପୁରସ୍କାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦରଖାସ୍ତ ଆହ୍ୱାନ କରାଯାଇଛି। ଅକ୍ଟୋବର ୪ ତାରିଖ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ କରିପାରିବେ। ୨୦୨୩ ଓ ୨୦୨୪ ଦୁଇ ବର୍ଷ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଡିସେମ୍ବର ୩୧ ମଧ୍ୟରେ ସେନ୍ସର ହୋଇଥିବା ଚଳଚ୍ଚିତ୍ର ଆବେଦନ ପାଇଁ ଯୋଗ୍ୟ ଅଟେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ବନ୍ଧୀୟ ସବିଶେଷ ବିବରଣୀ ଓ ନିୟମାବଳୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟ:culture.odisha.gov.in ରେ ଉପଲବ୍ଧ କରାଯାଇଛି।
୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୩ ରିଖରୁ ୩୧.୧୨.୨୦୨୩ ରିଖ ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର (ସେନ୍ସରସିପ୍ ସର୍ଟିଫିକେଟ) ପ୍ରାପ୍ତ ହୋଇଥିବା ଆବଶ୍ୟକ । ସେହିପରି ଭାବେ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ପାଇଁ ପ୍ରେରିତ ହୋଇଥିବା ଚଳଚ୍ଚିତ୍ରଗୁଡିକ ୦୧.୦୧.୨୦୨୪ ରୁ ୩୧.୧୨.୨୦୨୪ ରିଖ ଅବଧି ମଧ୍ୟରେ ଚଳଚ୍ଚିତ୍ର ପ୍ରମାଣନ ପତ୍ର ପ୍ରାପ୍ତ ହୋଇଥିବା ଆବଶ୍ୟକ ।









