17.1 C
Bhubaneswar
Friday, February 13, 2026
Homeଓଡିଶାଆଦର୍ଶ ବିଦ୍ୟାଳୟରେ ଦ୍ୱାଦଶ ନାମଲେଖା ପାଇଁ ଆବେଦନ ଆରମ୍ଭ

ଆଦର୍ଶ ବିଦ୍ୟାଳୟରେ ଦ୍ୱାଦଶ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆଶାୟୀ ଛାତ୍ରଛାତ୍ରୀମାନେ ଅଫଲାଇନ୍‌‌ରେ ଜୁଲାଇ ୧୨ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ। ୧୫ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୬ରୁ ୨୧ତାରିଖ ମଧ୍ୟରେ ନାମ ଲେଖାଇବେ। ଏହାପରେ ୨୨ ତାରିଖରେ ୱେଟିଂଲିଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୨୩ରୁ ୩୦ତାରିଖ ମଧ୍ୟରେ ନାମଲେଖା ହେବ। ସମସ୍ତ ନାମଲେଖା ପ୍ରକ୍ରିୟା ଜୁଲାଇ ୩୧ ତାରିଖରେ ସରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ରାଜ୍ୟର ୨୧୪ଟି ଓଏଭିରେ +୨ ରହିଛି। ଏ ସବୁରେ ଉଭୟ ବିଜ୍ଞାନ ଓ ବାଣିଜ୍ୟ ପାଇଁ ୮୦ଟି ଲେଖାଏଁ ସିଟ୍‌‌ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking