30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଖଣିଜ ପଦାର୍ଥ ଇଲାକାରେ ରୟାଲ୍ଟି ଲାଗୁ : ସୁପ୍ରିମକୋର୍ଟ

ଖଣିଜ ପଦାର୍ଥ ଇଲାକାରେ ରୟାଲ୍ଟି ଲାଗୁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖଣିଜ ପଦାର୍ଥ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ଘୋଷଣା । ଖଣିଜ ପଦାର୍ଥ ଓ ଖଣିଜ ସମ୍ପଦ ଭରା ଇଲାକାରେ ରୟାଲ୍ଟି ଲାଗୁ କରିବା ଅଧିକାର ରାଜ୍ଯଗୁଡିକ ଉପରେ ରହିଛି। ଟାକ୍ସ ଅର୍ଥ ରୟାଲ୍ଟି ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ଘୋଷଣା ପରେ ଖଣିଜ ପଦାର୍ଥ ବହୁଳ ରାଜ୍ଯ ଯଥା ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ଯପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ଯ ବିଶେଷ ଉପକୃତ ହେବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘୋଷଣା କରିଛନ୍ତି । ୯ ଜଣିଆ ଖଣ୍ଡପୀଠର ଏହି ଘୋଷଣାକୁ ୮ ଜଣ ସମର୍ଥନ କରିଥିବାବେଳେ ଜଷ୍ଟିସ ବି.ଭି. ନାଗରତ୍ନା ନକରାତ୍ମକ ମନ୍ତବ୍ଯ ଦେଇଥିଲେ। ଜଷ୍ଟିସ ନାଗରତ୍ନା କହିଥିଲେ- ଯଦି ରାଜ୍ଯଗୁଡିକୁ ଖଣିଜ ପଦାର୍ଥ ଉପରେ କର ଲାଗୁ କରିବାର ଅଧିକ ଦିଆଯାଏ ତେବେ ରାଜସ୍ବ ଆଦାୟ କ୍ଷେତ୍ରରେ ରାଜ୍ଯ-ରାଜ୍ଯ ମଧ୍ଯରେ ଅରୁଚିକର ପରିସ୍ଥିତି ସୃଷ୍ଟି ହେବ। ଜାତୀୟ ବଜାରରେ ବି ନକରାତ୍ମକ ପରିସ୍ଥିତି ସୃଷ୍ଟି ହେବ ଯାହାକି ସଂଘୀୟ ବ୍ଯବସ୍ଥାର ପରିପନ୍ଥୀ। ଖଣ୍ଡପୀଠ କହିଛନ୍ତି ଖଣିଜ ପଦାର୍ଥ ଉପରେ ରାଜ୍ଯଗୁଡିକର ସୀମିତ ଅଧିକାର ନେଇ ଖଣିଜ ଓ ଖଣିଜ ପଦାର୍ଥ ବିକାଶ ଓ ନିୟାମକ ଆଇନ ବା ଏମଏମଡିଆରରେ କୌଣସି ବ୍ଯବସ୍ଥା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking