ସମ୍ବଲପୁର: ସମ୍ବଲପୁର ଗସ୍ତରେ ପୋଲିସ ଡିଜି ୱାଇବିଖୁରାନିଆ । ଆଇନଶୃଙ୍ଖଲା ସମୀକ୍ଷା ପରେ ମାଓବାଦୀଙ୍କୁ ପୋଲିସ ଡିଜି ୱାଇବି ଖୁରାନିଆ ଆହ୍ୱାନ ଦେଇଛନ୍ତି । ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି । ମାଓବାଦୀ ଓଡିଶାର ସରେଣ୍ଡର ପଲିସିର ଲାଭ ଉଠାନ୍ତୁ । ପୂର୍ୱରୁ ୨୧ଟି ଜିଲ୍ଲା ମାଓପ୍ରବଣ ଥିଲା । ଏବେ ୭କୁ ଖସି ଆସିଛି । ଓଡିଶା – ଛତିଶଗଡ ସୀମାରେ ମାଓ ଗତିବିଧି ଉପରେ ନଜର ରହିଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି । ସଫଳତା ମିଳୁଛି ।