14.1 C
Bhubaneswar
Monday, January 12, 2026
Homeଓଡିଶାଅପର୍ଣ୍ଣା ହତ୍ୟା: ରିମାଣ୍ଡରେ ଯିବ ଦୀପକ!

ଅପର୍ଣ୍ଣା ହତ୍ୟା: ରିମାଣ୍ଡରେ ଯିବ ଦୀପକ!

ଭୁବନେଶ୍ୱର: କନଷ୍ଟେବଳ ଶୁଭମିତ୍ରା ହତ୍ୟା ଅଭିଯୋଗରେ ଜେଲରେ ଥିବା ଅଭିଯୁକ୍ତ ଦୀପକ  ରାଉତ ନିଜ  ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲେ  । ଇନ୍ସୁରାନ୍ସ  ଟଙ୍କା ହଡପ ପାଇଁ  ଯୋଜନା ବଦ୍ଧ ଭାବେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶନୀଙ୍କୁ  ହତ୍ୟା କରିଥିଲା ଦୀପକ । ଏହି ଅଭିଯୋଗରେ  ପ୍ରଡକ୍ସନ ୱାରେଣ୍ଟ ବଳରେ  ଆଠଗଡ ଏସଡିଜେଏମ କୋର୍ଟରେ  ହାଜର ହେବ କନଷ୍ଟେବଳ ଦୀପକ ରାଉତ ।  ଆଜି ହାଜର ହେବା ପାଇଁ  ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତ ଦୀପକକୁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର ଝାରପଡା  ଜେଲରୁ  ଆଠଗଡ ଏସଡିଜେଏମ କୋର୍ଟରେ ହାଜର ପାଇଁ ନିଆଯାଇଛି ।  ଆଠଗଡ କୋର୍ଟରେ ହାଜର ପରେ  ତାକୁ ବିଧିବଦ୍ଧ ଭାବେ   ଅପର୍ଣ୍ଣା ହତ୍ୟା ମାମଲାରେ  ଗିରଫ କରାଯାଇଥିବା ଅବଗତ କରିବେ ।  କଟକ ଗ୍ରାମାଞ୍ଚଳ ପୋଲିସ ଆବଶ୍ୟକ ପଡିଲେ  ଦୀପପକକୁ ରିମାଣ୍ଡରେ  ନେଇ ଅଧିକ  ଜେରା କରିବ । ବାନ୍ଧବୀ  ଶୁଭମିତ୍ରା  ହତ୍ୟା ମାମଲାର ପର୍ଦ୍ଦାଫାସ  ପରେ,  ପ୍ରଥମ ପତ୍ନୀ ଅପର୍ଣ୍ଣାକୁ  ଦୀପକ ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହୋଇଥିଲା ।  ଅପର୍ଣ୍ଣାଙ୍କ ପରିବାର  ଲୋକଙ୍କ ପରେ  ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।  ପରେ ଜମାପଡିଥିଲା ଇନସୁରାନ୍ସ ଟଙ୍କା ହଡପ ପାଇଁ  ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିଲା ଅଭିଯୁକ୍ତ ଦୀପକ  ରାଉତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking