30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଅନୁରା କୁମାରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଅନୁରା କୁମାରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଶ୍ରୀଲଙ୍କାର ସାଧାରଣ ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପରାଜିତ ହୋଇଛନ୍ତି। ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ ଆଶ୍ଚର୍ଯ୍ୟଜନକ ଭାବେ ବିକ୍ରମସିଂଘେଙ୍କୁ ହରାଇ ଦେଶର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଦେଶର ୧୦ ରାଷ୍ଟ୍ରପତି ଚୟନ କରିବା ଲାଗି ଶ୍ରୀଲଙ୍କାରେ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲେ। ୧ କୋଟି ୭୦ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୫ ପ୍ରତିଶତ ଭୋଟର ମତଦାନ କରିଥିଲେ। ୨୦୧୯ ନିର୍ବାଚନରେ ୮୩ ପ୍ରତିଶତ ମତଦାନ ହୋଇଥିଲା।

ଶ୍ରୀଲଙ୍କା ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ବାମପନ୍ଥୀ ନେତା ଅନୁରା କୁମାରାଙ୍କୁ ୫୨ ପ୍ରତିଶତ ଭୋଟ ମିଳିଛି। ସେ ନେସନାଲ ପିପୁଲ୍ସ ପାଓ୍ବାର(ଏନପିପି) ମେଣ୍ଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଅନ୍ୟପଟେ ବିକ୍ରବସିଂଘେଙ୍କୁ ମାତ୍ର ୧୬ ପ୍ରତିଶତ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି। ସାଜିଶ ପ୍ରେମଦାସା ୨୨ ପ୍ରତିଶତ ଭୋଟ ସହିତ ୨ୟ ସ୍ଥାନରେ ରହିଛନ୍ତି। ୨୦୨୨ରେ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ୨୦୨୨ରେ ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା ଛନ୍ଦି ହେବା ପରେ ତତ୍କାଳୀନ ରାଷ୍ଟ୍ରପତି ରାଜପାକ୍ଷା ଗୋଟାବାୟାଙ୍କ ବିରୋଧରେ ବଡ଼ ଧରଣର ବିଦ୍ରୋହ ହୋଇଥିଲା। ଫଳରେ ସେ ଦେଶ ଛାଡ଼ି ପଳାଇଥିଲେ। ଏହି ସମୟରେ ବିକ୍ରମସିଂଘେ ରାଷ୍ଟ୍ରପତି ଗାଦିରେ ବସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking