ଭୁବନେଶ୍ୱର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଅନୁ ଗର୍ଗ । ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ନେଲେ ଦାୟିତ୍ୱ । ୪୭ ତମ ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ଅନୁ ଗର୍ଗଙ୍କ ସାମ୍ନାରେ ଅନେକ ଆହ୍ୱାନ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ରହିବ । ପ୍ରଶାସନିକ କ୍ଷେତ୍ରରେ ରହିଛି ଅନୁ ଗର୍ଗଙ୍ଗର ୩୪ ବର୍ଷର ଅଭିଜ୍ଞତା ରହିଛି । ୧୯୯୧ ୟୁପି ବାସିନ୍ଦା ଅନୁ ଗର୍ଗ । ସୂଚନାଥାଉକି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ମୁଖ୍ୟ ଶାସନ ସଚିବପଦରୁ ଅବସର ନେଇଛନ୍ତି । ମନୋଜ ଆହୁଜା ଅବସର ନେବା ପରେ ପ୍ରମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇବେ ଅନୁ ଗର୍ଗ । ୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆଜି ସରିଲା ।










