21.1 C
Bhubaneswar
Wednesday, February 4, 2026
Homeଓଡିଶା୫୦ ହଜାର ହିତାଧିକାରୀଙ୍କୁ ବଣ୍ଟାଯିବ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ

୫୦ ହଜାର ହିତାଧିକାରୀଙ୍କୁ ବଣ୍ଟାଯିବ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ

ଭୁବନେଶ୍ୱର: ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବ। ଆସନ୍ତା ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ହିଁ ତାହା ବଣ୍ଟନ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ଶନିବାର ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଗସ୍ତ କାର୍ଯ୍ୟକ୍ରମ ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ୨୦ ତାରିଖ ଅପରାହ୍ଣ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ଏଜି ଛକ ପର୍ଯ୍ୟନ୍ତ ହେବ ତ୍ରିରଙ୍ଗା ଯାତ୍ରା । ପରେ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ବିଶାଳ ରୋଡ୍ ଶୋ’ରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ସେହିଦିନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟାଯିବ। ଏକାଥରେ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ବିଶେଷ ଆଗ୍ରହ ରହିଛି। ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ପରେ ସେ ଷଷ୍ଠଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅନେକ ନୂଆ ଯୋଜନା ଘୋଷଣା କରିବେ। ଏଥିରେ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ବି ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭରସା କରି ବିଜେପିକୁ ଭୋଟ୍ ଦେଇଥିଲେ। ସେଇ ବିଶ୍ୱାସକୁ ବଜାୟ ରଖିବା ଲାଗି ଓଡ଼ିଶା ସହ ଛିଡ଼ା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ହେଉ କି ସୁଭଦ୍ରା ସମାରୋହ କିମ୍ବା ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ଭଳି ସବୁ କାର୍ଯ୍ୟକ୍ରମରେ ମୋଦୀଜୀ ଯୋଗଦେଇ ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବା ଓ ଆତ୍ମୀୟତାକୁ ବାରମ୍ବାର ପ୍ରମାଣିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking