29.1 C
Bhubaneswar
Tuesday, March 17, 2026
Homeଓଡିଶାଦୀପାଳି ଦାସଙ୍କୁ ଆଗୁଆ ଜାମିନ

ଦୀପାଳି ଦାସଙ୍କୁ ଆଗୁଆ ଜାମିନ

ଭୁବନେଶ୍ୱର : ଦୀପାଳି ଦାସଙ୍କୁ ଆଗୁଆ ଜାମିନ । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ହାଇକୋର୍ଟରୁ ମିଳିଲା ଆଗୁଆ ଜାମିନ। ତେଲକୋଳେଇ ଥାନା ମାମଲାରେ ତାଙ୍କୁ ମିଳିଛି ଆଗୁଆ ଜାମିନ। ଗତ ୨୧ତାରିଖରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣାରେ ଦାୟର ମାମଲାରେ ଦୀପାଳିଙ୍କୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ। ସ୍ଥାନୀୟ ବିସ୍ଥାପିତଙ୍କ ସମସ୍ୟା ପୂରଣ ଦାବିରେ ଦୀପାଳି ଓ ତାଙ୍କ ସମର୍ଥକ କୋଲ ଇଣ୍ଡିଆ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରୁଥିଲେ। ସେହି ସମୟରେ ପୁଲିସ ସହ ବିକ୍ଷୋଭକାରୀଙ୍କ ମୁହାଁମୁହିଁ ହୋଇଥିଲା। ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଓ ଧମକ ଚମକ ଦେବା ଅଭିଯୋଗରେ ପୁଲିସ ପକ୍ଷରୁ ଦୀପାଳି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ତେବେ ସମାନ ଅପରାଧରେ ସାମିଲ ନହେବାକୁ ସର୍ତ୍ତ ରଖିବା ସହ ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଦୀପାଳି ଜାମିନରେ ଯାଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking