27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଶମୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରତୀକ୍ଷା ବଢ଼ିଲା

ଶମୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରତୀକ୍ଷା ବଢ଼ିଲା

ମୁମ୍ବାଇ: ଭାରତୀୟ ଟିମ୍ ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ଟିମ୍ ଇଣ୍ଡିଆର ମଧ୍ୟ ଘୋଷଣା ସରିଛି। ତେବେ ଏହି ଟିମ୍‌ରେ ଅନୁଭବୀ ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀଙ୍କ ନାମ ସାମିଲ ନାହିଁ। ଶମୀ ଗତବର୍ଷ ଦିନିକିଆ ବିଶ୍ୱକପ୍ ପରଠାରୁ ପଡ଼ିଆ ବାହାରେ ରହିଛନ୍ତି। ଶମୀ ନିଜ ଗୋଇଠି ସର୍ଜରୀ କରାଇଥିବା ବେଳେ ଏପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାବେ ରିକଭର କରିସାହାନ୍ତି। ଫଳରେ ତାଙ୍କର ପଡ଼ିଆକୁ ଫେରିବା ପ୍ରତୀକ୍ଷା ଲଗାତାର ବୃଦ୍ଧି ପାଉଛି। ଶମୀ ଚଳିତ ରଣଜୀ ସିଜନ୍‌ରେ ବେଙ୍ଗଲ ଟିମ୍ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ମ୍ୟାଚ୍ ଖେଳିପାରନ୍ତି ବୋଲି ପ୍ରଥମେ ଆଶା କରାଯାଉଥିଲା। ମାତ୍ର ଏବେ ସେପରି ହୋଇନାହିଁ। ରଣଜୀ ଟ୍ରଫି ୨୦୨୪-୨୫ ସିଜନ୍‌ରେ ବେଙ୍ଗଲ ନିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୬ରୁ ୯ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ୍ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳିବ। ଏହି ଦୁଇ ମ୍ୟାଚ୍ ପାଇଁ ବେଙ୍ଗଲ କ୍ରିକେଟ୍ ସଂଘ ପକ୍ଷରୁ ସ୍କ୍ୱାଡ୍ ଘୋଷଣା ସରିଛି, ଯେଉଁଥିରେ ମହମ୍ମଦ ଶମୀଙ୍କ ନାମ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking