30.1 C
Bhubaneswar
Tuesday, February 3, 2026
Homeଓଡିଶାକେନିଆରେ ସରକାର ବିରୋଧୀ ବିକ୍ଷୋଭ ; ଗଲାଣି ବହୁ ଜୀବନ

କେନିଆରେ ସରକାର ବିରୋଧୀ ବିକ୍ଷୋଭ ; ଗଲାଣି ବହୁ ଜୀବନ

ନୂଆଦିଲ୍ଲୀ : କେନିଆରେ ସରକାର ବିରୋଧୀ ବିକ୍ଷୋଭର ପରିଣାମ ଭୟଙ୍କର ହୋଇଛି । ପ୍ରତିବାଦକାରୀଙ୍କ ମଧ୍ୟରୁ ଅତି କମରେ ୩୯ ଜଣ ପ୍ରାଣ ହରାଇଛନ୍ତି । ନୂଆ ଟିକସ ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା। କେନିଆ ଜାତୀୟ ମାନବାଧିକାର ଆୟୋଗ କହିଛି ଯେ ମୃତ୍ୟୁ ସଂଖ୍ୟା ସରକାରୀ ଆକଳନଠାରୁ ପ୍ରାୟ ଦୁଇଗୁଣ। ମୁଖ୍ୟତଃ ଯୁବପିଢ଼ିଙ୍କ ନେତୃତ୍ୱରେ ଏହି ଟିକସ ବିରୋଧୀ ରାଲି ପ୍ରଥମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଭାବରେ ଆରମ୍ଭ ହୋଇଥିଲା । କିନ୍ତୁ ପରେ ଏହା ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଛି। ନାଇରୋବିରେ ସଂସଦ ପରିସରରେ ଭଙ୍ଗାରୁଜା ଓ ଆଂଶିକ ଅଗ୍ନିକାଣ୍ଡ ହେବାପରେ ବିକ୍ଷୋଭକାରୀମାନେ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଥିଲା । ଏହାପରେ ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଥିଲା। ୨୦୨୨ ସେପ୍ଟେମ୍ବରରେ ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ସରକାର ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ତାଙ୍କ ସରକାର ସବୁଠାରୁ ଗମ୍ଭୀର ପରିସ୍ଥିତିର ସମ୍ମୁଖୀନ ହୋଇଛି । ରବିବାର ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ରୁଟୋ କହିଛନ୍ତି ଯେ ବିକ୍ଷୋଭରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking