30.1 C
Bhubaneswar
Saturday, February 14, 2026
Homeଓଡିଶାସଂସ୍କୃତି ଭବନ ପରିସରରେ ନିଶା ନିବାରଣ ଦିବସ ପାଳିତ

ସଂସ୍କୃତି ଭବନ ପରିସରରେ ନିଶା ନିବାରଣ ଦିବସ ପାଳିତ

ଯାଜପୁର : ଯାଜପୁର ସଂସ୍କୃତି ଭବନ ପରିସରରେ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଆନୁଷ୍ଠାନିକ ଭାବେ କାର୍ଯ୍ରକ୍ରମକୁ ଉଦଘାଟନ କରିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା ,ଉପ ଜିଲାପାଳ ଅଂଶୁମାନ ଶତପଥି,ସିଡିଏମଓ ଶିବାଶିଷ ମହାରଣା,ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ସମାଜରେ ନିଶା ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଓ ଯୁବ ସମାଜଙ୍କୁ ଅନେକ ଶିକ୍ଷଣୀୟ ବାର୍ତା ପ୍ରଦାନ କରିଥିଲେ । ସକାଳୁ ରାମ ମନ୍ଦୀର ଠାରୁ ଏକ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରି ଗୌତମ ବୁଦ୍ଧ ସଂସ୍କତି ଭବନରେ ପହଂଚିଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅନ୍ୱେଷଣ ଥିଏଟର ଗୃପ ପକ୍ଷରୁ ସାମାଜିକ ସଂସ୍କାରମୂଳକ ସଚେତନତା ନାଟକ ପରିବେଷଣ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking