25.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଆଉ ଏକ ପତ୍ନୀ ନିର୍ଯାତନା ଅଭିଯୋଗ; ଝୁଲିପଡ଼ିଲେ ଆନିମେଟର ନିଶାନ୍ତ ତ୍ରିପାଠୀ

ଆଉ ଏକ ପତ୍ନୀ ନିର୍ଯାତନା ଅଭିଯୋଗ; ଝୁଲିପଡ଼ିଲେ ଆନିମେଟର ନିଶାନ୍ତ ତ୍ରିପାଠୀ

ମୁମ୍ବାଇ: ମୁମ୍ବାଇ ସ୍ଥିତ ସାହାରା ନାମକ ଏକ ହୋଟେଲ ରୁମ୍‌ରୁ ନିଶାନ୍ତ ତ୍ରିପାଠୀ ନାମକ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ବେକରେ କପଡ଼ା ବାନ୍ଧି ଆତ୍ମହତ୍ୟା କରିଥିବା ମୁମ୍ବାଇ ପୁଲିସ୍ ପ୍ରାଥମିକ ସୂଚନା ଦେଇଛି। ତେବେ ନିଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ମୁମ୍ବାଇ ପୋଲିସ୍‌କୁ ବିଶେଷ କସରତ କରିବାକୁ ପଡିନାହିଁ। ସେ ନିଜ ଆତ୍ମହତ୍ୟାର କାରଣକୁ ଏକ ନୋଟ୍‌ରେ ଲେଖି ଏହାକୁ ସେ କାମ କରୁଥିବା କମ୍ପାନୀର ୱେବ୍‌ସାଇଟ୍‌୍‌ରେ ହିଁ ଅପଲୋଡ୍ କରିଛନ୍ତି। ଏଥିରେ ସେ ଯାହାକିଛି ଲେଖିଛନ୍ତି ସେଥିରୁ ସେ ତାଙ୍କ ପତ୍ନୀ ଓ ମାଉସୀଙ୍କ ପାଇଁ, ଅର୍ଥାତ୍ ପତ୍ନୀ ଓ ମାଉସୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏପରି କିଛି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସୂଚୀତ କରୁଛି। ନିଶାନ୍ତ ଗୋଟିଏ ଫିଲ୍ମ ତିଆରି କମ୍ପାନୀ ପାଇଁ କାମ କରୁଥିଲେ। ସେ ଜଣେ ଆନିମେଟର। ପୋଲିସ୍ ନିଶାନ୍ତଙ୍କ ମା’ ନୀଲମ ଚତୁର୍ବେଦୀଙ୍କ ଅଭିଯୋଗ ଆଧାରରେ ପତ୍ନୀ ଅପୂର୍ବା ପରୀକ୍ଷ ଓ ତାଙ୍କ ମାଉସୀ ପ୍ରାର୍ଥନା ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନୀଲମ ହେଉଛନ୍ତି ଜଣେ ମହିଳା ଅଧିକାର କର୍ମୀ। ପୁଲିସ୍ ତଦନ୍ତ ବେଳେ ନିଶାନ୍ତଙ୍କ କମ୍ପାନୀର ୱେବସାଇଟରୁ ତାଙ୍କ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ନିଶାନ୍ତ ନିଜର ମୃତ୍ୟୁ ପାଇଁ ପତ୍ନୀ ଅପୂର୍ବା ଓ ମାଉସୀ ପ୍ରାର୍ଥନାଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଏଥିସହ ପତ୍ନୀଙ୍କୁ ସେ କେତେ ଭଲ ପାଆନ୍ତି, ସେକଥା ମଧ୍ୟ ଉଲ୍ଲେଖ କରିଛନ୍ତି। ନିଶାନ୍ତଙ୍କ ପୂର୍ବରୁ ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଅତୁଲ ସୁଭାଷ ଓ ମୁମ୍ବାଇ ଟିସିଏସ୍‌ର ମ୍ୟାନେଜର ଭାବେ କାମ କରୁଥିବା ୨୫ ବର୍ଷୀୟ ମାନବ ଶର୍ମା ତାଙ୍କ ପତ୍ନୀଙ୍କ ପାଇଁ ଜୀବନ ହାରିଥିବା ବେଳେ ନିଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପୁଣିଥରେ ପୁରୁଷମାନଙ୍କୁ ବୈବାହିକ ବିବାଦରୁ ସୁରକ୍ଷା ଦେବା ପାଇଁ ନଥିବା ଆଇନ୍‌ର ବିତର୍କକୁ ତୀବ୍ର କରିଛି। ଜଣଙ୍କ ପରେ ଜଣେ ପୁରୁଷ ବୈବାହିକ ଝଡ଼ ପାଇଁ ଜୀବନ ହାରୁଥିବା ବେଳେ ସେମାନଙ୍କ ପାଇଁ ଆଇନ ପ୍ରଣୟନ କରିବାର ସମୟ ଆସିଯାଇଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking