23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶପୁଣି ଆତଙ୍କୀ ଆକ୍ରମଣ, ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା

ପୁଣି ଆତଙ୍କୀ ଆକ୍ରମଣ, ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା

ଜାମ୍ମୁ-କାଶ୍ମୀରର କୁପଓ୍ବାରା ଅଞ୍ଚଳରେ ପୁଣି ଆତଙ୍କୀ ଆକ୍ରମଣ ହୋଇଛି। ସଶସ୍ତ୍ର ଆତଙ୍କବାଦୀମାନେ ଜଣେ ସାଧାରର ନାଗରିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି ୪୫ ବର୍ଷୀୟ ଗୁଲାମ ରସୁଲ ମାଗରେ। ସେ ଜଣେ ସାମାଜିକ କର୍ମୀ ମଧ୍ୟ। କାଣ୍ଡି ଖାସ ଅଞ୍ଚଳରେ ଗୁଲାମଙ୍କ ଘର। ସେ ଘରେ ଥିବାବେଳେ କିଛି ଆତଙ୍କବାଦୀ ଘରେ ପଶି ତାଙ୍କୁ ଗୁଳି କରିଥିଲେ। ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ, ପହଲଗାଓଁରେ ଆତଙ୍କବାଦୀମାନେ ୨୬ ପର୍ଯ୍ୟଟକଙ୍କୁ ଗଣହତ୍ୟା କରିବା ପ​‌ରେ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯବାନମାନେ ଘର ଘର ବୁଲି ଆତଙ୍କୀଙ୍କୁ ଖୋଜୁଛନ୍ତି। ଯାହାଫଳରେ ଆତଙ୍କୀମାନେ ବିଚଳିତ ହୋଇ ହିଂସା ଘଟାଉଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking