30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା

ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା

ଚେନ୍ନାଇ : ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା। ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ। ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଦୁଇଟି ଯାତ୍ରିବାହୀ ବଗି ସଂପୂର୍ଣ୍ଣ ଜଳି ଯାଇଛି। ସେହିପରି ୬ଟି ବଗି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ ଟ୍ରାକରେ ଛିଡ଼ା ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଏହାକୁ ଧକ୍କା ଦେଇଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ଲୋକ ମିଳିତ ଭାବେ କ୍ଷତିଗ୍ରସ୍ତ ବଗିରୁ ଲୋକଙ୍କୁ ବାହାର କରିବା କାମରେ ଲାଗିପଡ଼ିଛନ୍ତି। ରିପୋର୍ଟ ଅନୁସାରେ, କବରପେଟ୍ଟାଇ ଷ୍ଟେସନରୁ ଯାତ୍ରିବାହୀ ଟ୍ରେନ ବାହାରିବା ପରେ ଟ୍ରାକରେ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଫଳରେ ଏକ୍ସପ୍ରେସ ଟ୍ରେନ ଲୁପ ଲାଇନରେ ପ୍ରବେଶ କରାଯାଇଥିଲା। ସେଠାରେ ପୂର୍ବରୁ ଗୋଟିଏ ମାଲବାହୀ ଟ୍ରେନ ରହିଥିଲା। ଏହି ଗାଡ଼ିକୁ ଏକ୍ସପ୍ରେସ ଟ୍ରେନ ଜୋରରେ ଧକ୍କା ଦେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking