24.1 C
Bhubaneswar
Monday, February 23, 2026
Homeଓଡିଶାଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ

ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକର ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି।  ଗତ ଦଶହରା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଫେରିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ରହୁଥିଲା। ବିଦ୍ୟାଳୟର ମେଟ୍ରୋନ ଝିଅଟିର ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ମାସିକ ପରୀକ୍ଷା କରିଥିଲେ। ଏହି ଛାତ୍ରୀ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଏ.ଶ୍ରୀନିବାସ ଆଚାରୀଙ୍କୁ ପଚାରିବାରୁ ସେ ଏହି ଘଟଣା ସତ୍ୟ ବୋଲି କହିବା ସହ ପୁଲିସ ଏହାର ତଦନ୍ତ କରୁଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking