20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ

ତାମିଲନଡୁ : ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ। ଶେଷରେ ସତ ହେଲା ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନା। ତାମିଲନଡୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ସେହିପରି ପୂର୍ବତନ ପରିବହନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ପୁଣିଥରେ କ୍ୟାବିନେଟରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବେ ମନି ଲଣ୍ଡରିଂ ମାମଲାରେ ସେ ଜାମିନ ପାଇଥିଲେ। ଉଦୟନିଧି ଷ୍ଟାଲିନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟପାଳଙ୍କୁ ଏମ୍‌କେ ଷ୍ଟାଲିନ୍‌ ସୁପାରିଶ କରିଥିଲେ। ଏହାପରେ ରାଜ୍ୟପାଳ ମଧ୍ୟ ତାଙ୍କ ସୁପାରିଶକୁ ଗ୍ରହଣ କରିଛନ୍ତି। ଆଜି ଅପରାହ୍ଣରେ ଚେନ୍ନାଇ ରାଜଭବନରେ ଉଦୟନିଧି ଷ୍ଟାଲିନ ଶପଥ ନେବେ। ଉଦୟାନିଧି ଷ୍ଟାଲିନ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା। ତାଙ୍କୁ ବର୍ତ୍ତମାନର ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ପୋର୍ଟଫୋଲିଓ ବ୍ୟତୀତ ଯୋଜନା ଏବଂ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଏହା ସହ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking