14.1 C
Bhubaneswar
Friday, January 16, 2026
Homeଖେଳବିଜିଟି ପୂର୍ବରୁ ଭାରତକୁ ଆଉ ଏକ ଝଟ୍‌କା; ଅଭ୍ୟାସ ବେଳେ ଗିଲ୍‌ଙ୍କ ଅଙ୍ଗୁଳି ଫ୍ରାକ୍‌ଚର୍‌

ବିଜିଟି ପୂର୍ବରୁ ଭାରତକୁ ଆଉ ଏକ ଝଟ୍‌କା; ଅଭ୍ୟାସ ବେଳେ ଗିଲ୍‌ଙ୍କ ଅଙ୍ଗୁଳି ଫ୍ରାକ୍‌ଚର୍‌

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟ୍‌କା ଲାଗିଛି। ବ୍ୟାଟର୍ ଶୁଭମନ ଗିଲ୍ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ ପର୍ଥରେ ଶନିବାର ମ୍ୟାଚ୍ ସିମୁଲେସନ୍ ଅବସରରେ ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା ବେଳେ ଗିଲ୍‌ଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ଫଳରେ ନଭେମ୍ବର ୨୨ରୁ ପର୍ଥରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ସନ୍ଦେହ ଦେଖା ଦେଇଛି। ତେବେ ତାଙ୍କ ଆଘାତ ଉପରେ ମେଡିକାଲ୍ ଟିମ୍ ନଜର ରଖିଛି ଏବଂ ୨-୩ ଦିନ ପରେ ତାଙ୍କ ଖେଳିବା ନଖେଳିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଏକ ସୂତ୍ରକୁ ଊଦ୍ଧାର କରି ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରେ ପ୍ରକାଶ ପାଇଛି। ଏହାର ଦିନକ ପୂର୍ବରୁ କେଏଲ୍ ରାହୁଲ ଆହତ ହୋଇଥିଲେ। ଶୁକ୍ରବାର ଅଭ୍ୟାସ ମ୍ୟାଚ୍ ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲ୍ ରାହୁଲଙ୍କ କହୁଣୀରେ ବାଜିଥିଲା ଏବଂ ସେ ସ୍କାନ୍ କରିବାକୁ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ଇତିମଧ୍ୟରେ କୋହଲି ମଧ୍ୟ ଏକ ଅଜ୍ଞାତ ଆଘାତର ସ୍କାନ୍ କରାଇଥିବା ଅଷ୍ଟ୍ରେଲିଆ ମିଡିଆ ପକ୍ଷରୁ ଦାବି କରାଯାଇଥିଲା। ଅବଶ୍ୟ ପରେ କୋହଲି ସମ୍ପୂର୍ଣ୍ଣ ଠିକ୍ ଥିବା ଜଣାପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking