28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ଆଉ ଏକ ଲଜ୍ଜ୍ୟା; ବିଚ୍ ରାସ୍ତାରେ ମହିଳାଙ୍କୁ ମାଡ଼

ପଶ୍ଚିମବଙ୍ଗରେ ଆଉ ଏକ ଲଜ୍ଜ୍ୟା; ବିଚ୍ ରାସ୍ତାରେ ମହିଳାଙ୍କୁ ମାଡ଼

କୋଲକତା: ପଶ୍ଚିମବଙ୍ଗରୁ ଆଜି ଆଉ ଏକ ଲଜ୍ଜ୍ୟାକର ଘଟଣା ସାମ୍ନାକୁ ଆସିଛି । ଭାଇରାଲ୍ ହେଉଥିବା ଏକ ଭିଡିଓରେ ଅଭିଯୁକ୍ତଜଣକ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ନିର୍ମର୍ମ ଭାବେ ମାଡ଼ମାରୁଥିବାର ଏବଂ ଏସବୁକୁ ଦେଖଣାହାରୀ ଦେଖୁଥିବାର ସ୍ପଷ୍ଟରୂପେ ଦେଖିବାକୁ ମିଳିଛି । ବିଜେପି ଆଇଟି ସେଲ୍‌ର ମୁଖ୍ୟ ଅମିତ୍ ମାଲବୀୟ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିବା ସହ ଏହି ଭିଡିଓଟି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ଚୋପ୍ରା ଅଞ୍ଚଳର ବୋଲି ଦାବି ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଏହି ଘଟଣାକୁ ନେଇ ସେ ପ.ବଙ୍ଗ ସରକାର ଅର୍ଥାତ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଟିଏମ୍‌ସି ସରକାରକୁ ତୀବ୍ର ଭର୍ତ୍ସନା କରିବାକୁ ମଧ୍ୟ ପଛାଇନାହାନ୍ତି ।

ମାଲବ୍ୟ ନିଜ ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତି, ଭିଡିଓରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବା ବ୍ୟକ୍ତିଙ୍କ ନାମ ତଜେମୁଲ, ଏବଂ ସେ ଟିଏମ୍‌ସି ବିଧାୟକ ହମିଦୁଲ ରେହମାନଙ୍କ ନିକଟତର । ଆଇନ୍ କାନୁନ୍‌କୁ ହାତକୁ ନେଇ ସେ ଚଳାଇଥିବା ଇନ୍‌ସାଫ ସଭା ମାଧ୍ୟମରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ । ଟିଏମ୍‌ସି ଶାସିତ ପଶ୍ଚିମବଙ୍ଗର ପ୍ରତି ଜିଲ୍ଲାରେ, ପ୍ରତି ଗ୍ରାମରେ ଏବେ ଶରିୟା କୋର୍ଟ ଚାଲିଛି । ଏହାର ବାସ୍ତବତା ବିଷୟରେ ଭାରତ ସଚେତନ ହେବା ଉଚିତ୍ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳାଙ୍କ ପାଇଁ ଅଭିଶାପ । ବଙ୍ଗଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ବୋଲି କିଛି ନାହିଁ । ମମତା ବାନାର୍ଜୀ ଏପ୍ରକାର ରାକ୍ଷସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ଶେଖ୍ ଶାହାଜାହାନଙ୍କ ପରି ସୁରକ୍ଷା ଦେବେ ବୋଲି ମଧ୍ୟ ମାଲବ୍ୟ ପ୍ରଶ୍ନ କରିଛନ୍ତି । ସେହିପରି ସିପିଆଇ(ଏମ) ପକ୍ଷରୁ ବି ଏହାକୁ ସମାଲୋଚନା କରାଯାଇଛି । ସୂଚନାନୁସାରେ, ଏକ ପରକୀୟା ପ୍ରୀତି ଘଟଣାର ସମାଧାନ ପାଇଁ ଶରିୟା କୋର୍ଟ ବସାଇ ଦୁଇ ଦୋଷୀଙ୍କୁ ଦଣ୍ଡସ୍ୱରୂପ ସର୍ବସମ୍ମୁଖରେ ମାଡ଼ ମରାଯାଉଥିଲା । ସେମାନଙ୍କୁ ଏଥିପାଇଁ ଜରିମାନା ବି କରାଯାଇଥିଲା । ପଶ୍ଚିମବଙ୍ଗ ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିବା କହିଥିବା ବେଳେ ଶାସକ ଦଳ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking