ପିପିଲି: ପିପିଲି ଅଞ୍ଚଳରେ ପୁଣି ଲଜ୍ଜା । ପିପିଲି ଥାନା ଅଂଚଳରେ ଗୋଟିଏ ୮ ବର୍ଷୀୟା କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବୟସ୍କ ବ୍ୟକ୍ତିଙ୍କୁ ପିପିଲି ପୋଲିସ ଅଟକ ରଖିଛି । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପିପିଲି ଏସ୍ଡିପିଓ ଏବଂ ଥାନା ଅଧିକାରୀ ପହଞ୍ଚି ତନାଘନା ଚଳାଇଛନ୍ତି । ଗତ ମାସ ୧୮ ତାରିଖରେ ଡେଲାଙ୍ଗ ରତନପୁରରେ ୧୧ ବର୍ଷୀୟ ନାବାଳକକୁ ଅପ୍ରାକୃତିକ ଯୌନ ଶୋଷଣ କରି ହତ୍ୟା କରାଯାଇଥିଲା । ଏକ ପାଇଖାନା ଟାଙ୍କିରୁ ମିଳିଥିଲା ମୃତଦେହ । ସେହିପରି ମାର୍ଚ୍ଚ ୨୨ ତାରିଖରେ ନବମ ଶ୍ରେଣୀ ଝିଅକୁ ଜଣେ ପାଲା ଗାୟକ ଗର୍ଭବତୀ କରାଇଥିଲେ । ଏବେ ସୁଧାର ଗୃହରେ ଅଛି ସମ୍ପୃକ୍ତ ନାବାଳକ । ମାର୍ଚ୍ଚ ୩୧ରେ ୭ ବର୍ଷୀୟ ନାବାଳିକାକୁ ତାଙ୍କ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ସାମ୍ନାକୁ ଆସିଥିଲା । ୨୦୦୮ ମସିହାରେ ପିପିଲିରେ ବେବିନା ଦୁଷ୍କର୍ମ ଘଟଣା ସାରା ଦେଶରେ ଚହଳ ପକାଇଥିଲା । ବାରମ୍ବାର ପିପିଲି ଓ ଡେଲାଙ୍ଗ ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟୁଛି ।