28.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶଟ୍ରେନ୍‌କୁ ଲାଇନ୍‌ଚ୍ୟୁତ୍‌ କରିବା ପାଇଁ ପୁଣି ଷଡ଼ଯନ୍ତ୍ର

ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ୍‌ କରିବା ପାଇଁ ପୁଣି ଷଡ଼ଯନ୍ତ୍ର

ଅଜ୍‌ମେର : ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ୍‌ କରିବା ପାଇଁ ପୁଣି ଷଡ଼ଯନ୍ତ୍ର । ରାଜସ୍ତାନର ଅଜ୍‌ମେର୍‌ରେ ଏକ ସାମଗ୍ରୀ ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ୍‌ କରାଇବାକୁ କେହି ଅଜ୍ଞାତ ବ୍ୟକ୍ତି ଚେଷ୍ଟା କରିଥିବା ବେଳେ ତାଙ୍କ ଚେ‌ଷ୍ଟା ବିଫଳ ହୋଇଛି। ଅଜ୍ଞାତ ଷଡ଼ଯନ୍ତ୍ରକାରୀ ରେଳ ଟ୍ରାକ୍‌ରେ ୭୦ କିଲୋ ଓଜନର ଲେଖାଏ ୨ଟି ସିମେଣ୍ଟ ବ୍ଲକ୍ ରଖି ଟ୍ରେନ୍‌କୁ ଲାଇନ୍‌ଚ୍ୟୁତ କରାଇବାକୁ ‌‌ଯୋଜନା କରିଥିଲେ। ମାତ୍ର ଟ୍ରେନ୍‌ଟି ସେହି ସିମେଣ୍ଟ୍‌ ବ୍ଲକ୍‌କୁ ଧକ୍କା ଦେବା ପରେ ବି ଲାଇନ୍‌ଚ୍ୟୁଚ୍‌ ନ ହୋଇ ଯାତ୍ରା ଜାରି ରଖିବାରେ ସକ୍ଷମ ହୋଇଥିଲା। ଧକ୍କା ହେବା ପରେ ବି ଟ୍ରେନ୍‌ର କୌଣସି କ୍ଷୟକ୍ଷତି ହୋଇନାହିଁ। ରବିବାର ଦିନ ରାତି ପ୍ରାୟ ୧୦.୩୦ ସମୟରେ ରେଳ କର୍ମଚାରୀମାନେ ଅଭିଯୋଗ କରିବା ପରେ ରେଳବାଇ ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟକୁ ରୋକିବାକୁ ଥିବା ଅଧିନିୟମ ଅନୁଯାୟୀ ପୁଲିସ ଏଫଆଇଆର ପଞ୍ଜିକରଣ କରିଛି।ପ୍ରାରମ୍ଭରେ କର୍ମଚାରୀମାନେ ସୂଚନା ପାଇଥିଲେ ଯେ ଟ୍ରାକରେ ଏକ ସିମେଣ୍ଟ ବ୍ଲକ ରଖାଯାଇଛି। ସ୍ଥାନଟି ଖୋଜାଖୋଜି କରିବା ପରେ ଏକ ଭଙ୍ଗା ବ୍ଲକ ଦେଖିବାକୁ ମିଳିଥିଲା। ଏହି ସମୟରେ ସମାନ ଟ୍ରାକ୍‌ର କିଛି ଦୂରରେ ଦ୍ବିତୀୟ ସିମେଣ୍ଟ୍‌ ବ୍ଲକ୍‌ ମଧ୍ୟ ଦେଖିବାକୁ ମିଳିଥିଲା। ରବିବାର ଦିନ ହରିଆଣାର ପ୍ରୟାଗରାଜରୁ ଭବାନୀ ଅଭିମୁଖେ ଯାତ୍ରା କରୁଥିବା କାଲିଣ୍ଡି ଏକ୍ସପ୍ରେସ ଟ୍ରେନ କାନପୁରର ରେଳ ଟ୍ରାକରେ ରଖାଯାଇଥିବା ଏକ ଏଲପିଜି ସିଲିଣ୍ଡରକୁ ଧକ୍କା ଦେବାର ଟିକେ ଆଗରୁ ଲୋକୋ ପାଇଲଟ୍‌ ଏମର୍ଜେନ୍ସି ବ୍ରେକ୍‌ ମାରି ଦୁର୍ଘଟଣାକୁ ଏଡ଼ାଇ ଯାଇଥିଲେ। ତାହା ବି ରେଳ ଦୁର୍ଘଟଣା ଘଟାଇବାକୁ ଏକ ଷଡ଼ଯନ୍ତ୍ର ଥିଲା। ହେଲେ ଟ୍ରକ୍‌ ଡ୍ରାଇଭର୍‌ଙ୍କ ଉପସ୍ଥିତ ବୁଦ୍ଧି ହେତୁ ଦୁର୍ଘଟଣାକୁ ରୋକାଯାଇପାରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking