27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶପୁଣି ରେଳ ଟ୍ରାକ୍ ଉଡ଼ାଇବାକୁ ଷଡ଼ଯନ୍ତ୍ର; ଟ୍ରାକ୍‌ରୁ ମିଳିଲା ଗ୍ୟାସ୍ ସିଲିଣ୍ଡର

ପୁଣି ରେଳ ଟ୍ରାକ୍ ଉଡ଼ାଇବାକୁ ଷଡ଼ଯନ୍ତ୍ର; ଟ୍ରାକ୍‌ରୁ ମିଳିଲା ଗ୍ୟାସ୍ ସିଲିଣ୍ଡର

କାନପୁର: ଆଉ ଏକ ବଡ଼ଧରଣର ନିଶ୍ଚିତ ରେଳ ଦୁର୍ଘଟଣାକୁ ରୋକାଯାଇପାରିଛି। ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଶିବରାଜପୁର ଅଞ୍ଚଳରେ ଏକ ଟ୍ରେନ୍ ଲାଇନ୍‌ରୁ ୫ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ଛୋଟ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ରେଳ ଦୁର୍ଘଟଣା ଘଟାଇବା ଉଦ୍ଦେଶ୍ୟରେ ଏହି ସିଲିଣ୍ଡରକୁ ଉଦ୍ଦେଶ୍ୟମୂଳକ ଭାବେ ରେଲୱେ ଟ୍ରାକ୍‌ରେ ରଖାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଥିବା ବେଳେ ରେଳ କର୍ମଚାରୀ ରମେଶ ଚନ୍ଦ୍ରଙ୍କ ଅଭିଯୋଗ ଆଧାରରେ ଫାରୁଖାବାଦ ପୁଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ ହୋଇଛି। ତେବେ ଚିନ୍ତାର ବିଷୟ ହେଉଛି ଯେ ୪ ମାସ ପୂର୍ବେ ବି ଉକ୍ତ ଅଞ୍ଚଳରେ ଟ୍ରେନ୍ ଟ୍ରାକ୍‌ରେ ସିଲିଣ୍ଡର ରଖି କାଲିନ୍ଦି ଏକ୍ସପ୍ରେସ ଟ୍ରେନ୍‌କୁ ଓଲଟାଇବାକୁ ଚେଷ୍ଟା କରାଯାଇଥିଲା। ଗତବର୍ଷ ୮ ସେପ୍ଟେମ୍ବରରେ ଶିବରାଜପୁର ଷ୍ଟେସନଠାରୁ ପ୍ରାୟ ୧ କିଲୋମିଟର ପୂର୍ବରୁ ଟ୍ରାକ୍‌ରେ କିଛି ବିସ୍ଫୋରକ ସାମଗ୍ରୀ ସହିତ ଏଲ୍‌ପିଜିର ଏକ ବଡ଼ ସିଲିଣ୍ଡର ମିଳିଥିଲା। ପ୍ରକାଶ, ସାମ୍ପ୍ରତିକ ସମୟରେ ରେଲୱେ ଟ୍ରାକ୍‌ରୁ ଏପ୍ରକାର ଗ୍ୟାସ ସିଲିଣ୍ଡର ତଥା ଅନ୍ୟ ବିସ୍ଫୋରକ ସାମଗ୍ରୀ ଆଦିକୁ ଠାବ କରାଯାଉଛି। ଏସବୁ ପଛରେ ରେଳ ଦୁର୍ଘଟଣା ଘଟାଇବାର ମନ୍ଦ ଉଦ୍ଦେଶ୍ୟ ରହିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking