କେନ୍ଦ୍ରାପଡା: ଝାଡାବାନ୍ତିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚକ୍ରୋଦ ପଞ୍ଚାୟତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଏସସିବିରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ଖବର ପରେ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ । ଗାଁରେ ବ୍ଲିଚିଂ ପକାଇବା ସହ ଲୋକଙ୍କୁ ସଚେତନ କରାଯାଇଛି । ଗ୍ରାମବାସୀଙ୍କୁ ଔଷଧ ବାଣ୍ଟିଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।










