ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟର ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ନେପାଳୀ ଛାତ୍ରୀ କମ୍ପୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ପ୍ରିସା ଶାହ। ଗୁରୁବାର ସଂଧ୍ୟାରେ କ୍ୟାମ୍ପସ ହଷ୍ଟେଲ ପରିସରରୁ ପ୍ରିସାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସାଇଣ୍ଟିଫିକ ଟିମ୍ ସହ ଇନଫୋସିଟି ଥାନା ପୋଲିସ କିଟ୍ କ୍ୟାମ୍ପସରେ ତଦନ୍ତ ଆରମ୍ଭ କରିଛନ୍ତି । କାହିଁକି ଓ କେଉଁ କାରଣରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଚାଲିଛି ଖୁବଶୀଘ୍ର ଏସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ । ମୃତଦେହକୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଆଜି ପରିବାର ଲୋକ ଭୁବନେଶ୍ବରରେ ପହଁଚିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।