28.1 C
Bhubaneswar
Sunday, September 8, 2024
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ଜଣେ ନକ୍ସଲ ମୃତ

ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି । ଜଂଗରଗୁଣ୍ଡା ଏରିଆ କମିଟିର ସଦସ୍ୟମାନେ ତୁମାରଗଟ୍ଟା ଗ୍ରାମ ନିକଟସ୍ଥ ଜଂଗଲରେ କ୍ୟାମ୍ପ କରି ରହିଥିବା ପୁଲିସକୁ ଖବର ମିଳିବା ପରେ ସ୍ଥାନୀୟ ଡିଆରଜି ଟିମ ଚଢାଉ କରିଥିଲେ । ଆଜି ଭୋର ସକାଳୁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ଶବ ଉଦ୍ଧାର କରିଥିଲେ ।

ମୃତ ମାଓବାଦୀକୁ ଚିହ୍ନଟ କରାଯାଉଥିବା ପୁଲିସ କହିଛି । ସେହିପରି ଅନ୍ୟ ଏକ ଘଟଣାରେ କୋଣ୍ଡାଗାଓଁ ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା । କୁଦାଲବାଡ଼ି ଜଂଗଲରେ ନକ୍ସଲ ଥିବା ପୁଲିସ ଜାଣିପାରିଥିଲେ । ସେହି ଅଂଚଳରେ ଚଢାଉ କରିବା ରେ ନକ୍ସଲ ପୁଲିସ ଆସିବା ଜାଣି ଛତ୍ରଭଙ୍ଗ ଦେଇଥିଲେ । ସେହି ଅଂଚଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲ ମଧ୍ୟରେ ଏକ ମାଓ ଡମ୍ପ ରହିଥିବା ଦେଖିବାକୁ ପାଇଥିଲେ । ଡମ୍ପରୁ ବହୁ ମାତ୍ରାରେ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା । ଏହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଡମ୍ପ କରି ରଖିଥିବା ପୁଲିସ କହିଛି । ଛତିଶଗଡ଼ରେ ଲଗାତାର ପୁଲିସର ଚଢାଉରେ ନକ୍ସଲ ଏବେ ବେକଫୁଟରେ ରହିଛନ୍ତି । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ପୁଲିସ ଚଢାଉ କରି ନକ୍ସଲଙ୍କୁ ମାରିବା ସହ ପଛକୁ ହଟିବାକୁ ବାଧ୍ୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking