ଭୁବନେଶ୍ୱର: ଆସନ୍ତାକାଲି ସୃଷ୍ଟି ହେବ ଆଉ ଏକ ଲଘୁଚାପ , ୨୬ତାରିଖରେ ନେଇପାରେ ଅବପାତର ରୂପ । ୨୭ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ ସମ୍ଭାବନା । ଆସନ୍ତାକାଲି ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ପରେ ଏହା ପଶ୍ଚିମ ଦିଗକୁ ଗତି କରିବା ସହ ସେପ୍ଟେମ୍ବର ୨୬ ତାରିଖ ରେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ସେପ୍ଟେମ୍ବର ୨୭ ତାରିଖ ପାଖାପାଖି ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରେ ସାରା ଓଡ଼ିଶାରେ ବିଜୁଳି ଘଡଘଡି ବର୍ଷାକୁ ନେଇ ହଳଦିଆ ଚେତାବନୀ ଦେଇଛି ବିଭାଗ ।










