16.1 C
Bhubaneswar
Saturday, December 13, 2025
Homeଓଡିଶାଆସୁଛି ଆଉ ଏକ ଲଘୁଚାପ: ଅକ୍ଟୋବର ୯ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଆସୁଛି ଆଉ ଏକ ଲଘୁଚାପ: ଅକ୍ଟୋବର ୯ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆହୁରି ବର୍ଷିବ ! ଆସୁଛି ଆଉ ଏକ ଲଘୁଚାପ ।  ବଙ୍ଗୋପସାଗରରେ  ପୁଣି  ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି ।  ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୁର୍ଣ୍ଣିବଳୟ  କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ବର୍ତ୍ତମାନ ସୁଦ୍ଧା  ମୌସୁମୀ ଅଗ୍ରସର ଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି ।  ସେପଟେ ଓଡିଶା ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ ଲଗାତାର ଦୁର୍ବଳ  ହୋଇ  ଅବପାତକୁ ବଦଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking