17.1 C
Bhubaneswar
Wednesday, February 11, 2026
Homeଅପରାଧଆଉ ଏକ ଇସ୍କନ୍ ମନ୍ଦିର ଜାଳିଦେଲେ ବାଂଲାଦେଶୀ

ଆଉ ଏକ ଇସ୍କନ୍ ମନ୍ଦିର ଜାଳିଦେଲେ ବାଂଲାଦେଶୀ

ଢାକା: ବାଂଲାଦେଶରେ ହିନ୍ଦୁ ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପ୍ରକ୍ରିୟା ଜାରି ରହିଛି। ଶନିବାର ଏଠାରେ ଆଉ ଏକ ଇସ୍କନ୍ ମନ୍ଦିରକୁ ଆତତାୟୀମାନେ ନିଆଁ ଲଗାଇଦେଇଛନ୍ତି। ଫଳରେ ମନ୍ଦିରରେ ଥିବା ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ସମେତ ଅନେକ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ଜଳିପୋଡି ଯାଇଛି। ଇସ୍କନ (ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର କୃଷ୍ଣ ଚେତନା) କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ ଦାବି କରିଛନ୍ତି ଯେ, ବାଂଲାଦେଶ ରାଜଧାନୀ ଢାକାର ନମହଟ୍ଟା ପ୍ରାନ୍ତରେ ଥିବା ଆଉ ଏକ ଇସ୍କନ ମନ୍ଦିରରେ ନିଆଁ ଲଗାଇଦିଆଯାଇଛି। ଅଗ୍ନିକାଣ୍ଡ ହେତୁ ଭଗବାନ କୃଷ୍ଣଙ୍କ ମୂର୍ତ୍ତି, ଲକ୍ଷ୍ମୀ ନାରାୟଣ ମୂର୍ତ୍ତି, ତଥା ମନ୍ଦିର ଭିତରେ ଥିବା ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି। ଏଥିସହ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରାଯାଇଛି। ରାଧାରମଣ ଦାସଙ୍କ କହିବାନୁସାରେ ଏହି ମନ୍ଦିର ଢାକା ଜିଲ୍ଲାର ତୁରାଗ ପୋଲିସ ଷ୍ଟେଶନ ଅଧୀନରେ ଥିବା ଧୌର ଗ୍ରାମରେ ଅବସ୍ଥିତ। ମନ୍ଦିର ପଛରେ ଥିବା ଟିଣ ଛାତକୁ ଉଠାଇ ପେଟ୍ରୋଲ କିମ୍ବା ଅକ୍ଟାନ ବ୍ୟବହାର କରି ନିଆଁ ଲଗାଇଦିଆଯାଇଛି। ରାଧାରମଣ ଦାବି କରିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି ଏବଂ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ପୁଲିସ୍ ଏବଂ ପ୍ରଶାସନ କିଛି କରୁନାହାଁନ୍ତି।ହିନ୍ଦୁ ସନ୍ଥ ଚିନ୍ମୟ ଦାସ ପ୍ରଭୁଙ୍କ ଗିରଫ ପରେ ବାଂଲାଦେଶର ପରିବେଶ ଖରାପ ହୋଇଯାଇଛି। ଦେଶଦ୍ରୋହ ଅଭିଯୋଗରେ ପୁରୋହିତଙ୍କୁ ଗିରଫ କରାଯାଇଥିଲା। ଗିରଫକୁ ବିରୋଧ କରିବା ପାଇଁ ଅନେକ ହିନ୍ଦୁ ସଂଗଠନ ମଧ୍ୟ ରାସ୍ତାରେ ଯାଇଥିଲେ, କିନ୍ତୁ ବାଂଲାଦେଶ ପୁଲିସ୍ ସେମାନଙ୍କୁ ମାଡ଼ ମାରି ତଡ଼ିଦେଇଥିଲା। ଅନ୍ୟପକ୍ଷେ ବାଂଲାଦେଶର ମୌଳବାଦୀମାନେ ଏବେ ହିନ୍ଦୁ ଓ ହିନ୍ଦୁ ମନ୍ଦିରଗୁଡ଼ିକୁ ମୁଖ୍ୟତଃ ଟାର୍ଗେଟ କରୁଛନ୍ତି। ହିନ୍ଦୁମାନଙ୍କ ଘର ଜାଳିବା ବ୍ୟତୀତ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯିବା ଭଳି ଅନେକ ଘଟଣା ନିରନ୍ତର ଭାବେ ସାମ୍ନାକୁ ଆସିବାରେ ଲାଗିଛି। ଭାରତ ସମେତ ବିଶ୍ୱର ଅନେକ ଦେଶ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସତ୍ତ୍ୱେ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking