ଭୁବନେଶ୍ୱର: ଆଇଗିଣିଆର ପୁଣି ଅଘଟଣ । ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍ । ଯାହାଫଳରେ ଭୁବନେଶ୍ୱର ଆଇଗିଣିଆ କୁବେରପୁର ଆଳୁଗଦିର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି । ଏହାକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଚାଲିଛି । ଏଥିସହ ଲିକ୍ ହେଉଥିବା ଭାଲବ୍କୁ ବନ୍ଦ କରିଛି ଅଗ୍ନିଶମ ବାହିନୀ ।ସୂଚନା ଅନୁଯାୟୀ, ଆଇଗିଣିଆ କୋଲ୍ଡ ଷ୍ଟୋରେଜକୁ ଯାଇଥିବା ଆମୋନିଆ ଗ୍ୟାସ୍ ପାଇପ ଲିକ୍ ହୋଇଛି । ଯାହାଫଳରେ ଚାରିଆଡେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି । ବିଳମ୍ବିତ ରାତିରେ ଏପରି ଘଟିଥିବା ବେଳେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ଅପରେସନ । ଦୋକାନ ଦୋକାନ ବୁଲି ଲୋକଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା ଅଗ୍ନିଶମ ବାହିନୀ । କୋଲ୍ଡ ଷ୍ଟୋରେଜ୍ ଭିତରେ ପଶି ଲିକ୍ ହେଉଥିବା ଭାଲବ୍କୁ ବନ୍ଦ କରିଛି ଅଗ୍ନିଶମ ବାହିନୀ ।










