19.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ଢାକା : ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯିବା ସହ ପିଟିପିଟି ହତ୍ୟା କରାଯାଇଥିବା ସମ୍ବାଦ ସାମ୍ନାକୁ ଆସିଛି। ମୃତ ଯୁବକଙ୍କ ନାମ ଅମ୍ରିତ ମଣ୍ଡଳ ଓରଫ୍ ସମ୍ରାଟ୍ (୨୯) ବୋଲି ଜଣାପଡିଛି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅମାନୁଷିକ ଘଟଣାକୁ ନେଇ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇପଡ଼ିଛି। ୭ ଦିନ ପୂର୍ବେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ଏପ୍ରକାର ପିଟିପିଟି ହତ୍ୟା କର।।ଯିବା ପରେ ଗଛରେ ବାନ୍ଧି ଜାଳିଦିଆଯାଇଥିଲା। ଏପ୍ରକାର ବର୍ବୋରୋଚିତ ଘଟଣାକୁ ନେଇ ସମଗ୍ର ବିଶ୍ୱ ବାଂଲାଦେଶକୁ ତୀବ୍ର ନିନ୍ଦା କରୁଥିବା ବେଳେ ଆଜି ପୁଣିଥରେ ସମାନ ଘଟଣା ସାମ୍ନାକୁ ଆସିଛି।

ପୁଲିସ୍ ରିପୋର୍ଟ ଅନୁସାରେ ସମ୍ରାଟ୍ ରାଜବାଡ଼ି ଜିଲ୍ଲା ହୋସାଇଣ୍ଡଙ୍ଗା ଗାଁର ବାସିନ୍ଦା ଅକ୍ଷୟ ମଣ୍ଡଳଙ୍କ ପୁଅ ଥିଲେ। ସମ୍ରାଟ୍‌ଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଦାଦାବଟି ଆଦାୟ କରିବା ନେଇ ଅନେକ ମାମଲା ରହିଛି। ସ୍ଥାନୀୟ ଲୋକେ ସମ୍ରାଟ୍‌ର ଏହି ଦାଦାବଟି ଗୁଣକୁ ନେଇ ଅସନ୍ତୁଷ୍ଟ ଥିଲେ। ହୁଏତ ଏହି କାରଣରୁ ସେମାନେ ଏପରି କରିଥିବା ପୁଲିସ୍ ଅନୁମାନ କରୁଛି। ତେବେ ପୁଲିସ ଏବେ ମାମଲାର ତଦନ୍ତ କରୁଛି, ଏବଂ ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବୁଧବାର ବିଳମ୍ବିତ ରାତିରେ ସମ୍ରାଟ୍ ନିଜ ଗଠିତ ଗ୍ୟାଙ୍ଗର ଅନ୍ୟ କିଛି ଯୁବକଙ୍କ ସହ ପଙ୍ଗସା ଅଞ୍ଚଳରେ ଥିବାବେଳେ ବିଳମ୍ବିତ ରାତିରେ କିଛି ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଏବଂ ପିଟିବା ଆରମ୍ଭ କରିଥିଲେ। ଦୀପୁ ଦାସଙ୍କ ହତ୍ୟାକାଣ୍ଡ ଭଳି ଏଥର ମଧ୍ୟ ସ୍ଥାନୀୟ ପୁଲିସ୍ କେବଳ ଦର୍ଶକ ସାଜିଥିଲା। ପରେ ଯେତେବେଳେ ସମ୍ରାଟ୍‌ଙ୍କୁ ହସ୍ପିଟାଲ ନିଆଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking