13.1 C
Bhubaneswar
Sunday, January 18, 2026
Homeଅପରାଧବଂଲାଦେଶରେ ଆଉ ଜଣେ ହିନ୍ଦୁ ସନ୍ଥ ଗିରଫ

ବଂଲାଦେଶରେ ଆଉ ଜଣେ ହିନ୍ଦୁ ସନ୍ଥ ଗିରଫ

ଢ଼ାକା: ଆଧ୍ୟାତ୍ମିକ ଗୁରୁ ବ୍ରହ୍ମଚାରୀ ଚିନ୍ମୟ କୃଷ୍ଣ ଦାସ ଗିରଫ ହେବାର କିଛି ଦିନ ପରେ ବାଂଲାଦେଶର ଚାତୋଗ୍ରାମ୍‌ରେ ଅନ୍ୟ ଜଣେ ହିନ୍ଦୁ ସନ୍ଥ ତଥା ଇସ୍କନ୍ ସଦସ୍ୟ ବ୍ରହ୍ମଚାରୀ ଶ୍ୟାମ ଦାସ ପ୍ରଭୁଙ୍କୁ ଶନିବାର ଗିରଫ କରାଯାଇଛି। ଜେଲରେ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ସରକାରୀ ୱାରେଣ୍ଟ ବିନା ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି। ଇସ୍କନ୍‌ର ପୂର୍ବତନ ସଦସ୍ୟ ତଥା ହିନ୍ଦୁ ଧର୍ମଗୁରୁ ବ୍ରହ୍ମଚାରୀ ଚିନ୍ମୟ ଦାସ ପ୍ରଭୁଙ୍କୁ ଗିରଫ କରାଯିବା ପରେ ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରାଯିବା ବାଂଲାଦେଶରେ ୨ୟ ଘଟଣା ରୂପେ ଉଭା ହୋଇଛି। ରିପୋର୍ଟ ଅନୁୂସାରେ ଶ୍ୟାମ ଦାସ ପ୍ରଭୁଙ୍କୁ ଆଜି ଢ଼ାକା ପୁଲିସ୍ ଆକସ୍ମିକ ଗିରଫ କରିଛି। ଗିରଫ ପୂର୍ବରୁ ତାଙ୍କୁ କୌଣସି ନୋଟିସ୍ କିମ୍ବା ସୂଚନା ଦିଆଯାଇନଥିଲା। ଏପରିକି ତାଙ୍କ ବିରୋଧରେ ଅଫିସିଆଲ୍ ୱାରେଣ୍ଟ ମଧ୍ୟ ଜାରି କରାଯାଇନଥିଲା।
ତେବେ ଆଜିର ଏହି ଘଟଣାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ପକ୍ଷରୁ ଏହି ଘଟଣାରେ ଭାରତ ସରକାରଙ୍କ ତ୍ୱରିତ ହସ୍ତକ୍ଷେପ ଦାବି କରାଯାଇଛି। ବାଂଲାଦେଶୀ ହିନ୍ଦୁଙ୍କ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସମର୍ଥନ ହାସଲ ପାଇଁ ଭାରତ ସରକାର ବିଶ୍ୱ ଜନମତ ହାସଲ କରୁ ବୋଲି ଆରଏସଏସ କହିଛି। ସେହିପରି ବାଂଲାଦେଶ ସରକାରଙ୍କ ଏପ୍ରକାର ଆଭିମୁଖ୍ୟକୁ ମଧ୍ୟ ଆରଏସ୍‌ଏସ୍ ତୀବ୍ର ନିନ୍ଦା କରିଛି। ହିନ୍ଦୁ ତଥା ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତି ଚୁପ୍ ରହିବା ବାଂଲାଦେଶର ଅନ୍ତରୀଣ ସରକାରଙ୍କୁୂ ବିଶ୍ୱସ୍ତରରେ ବଦନାମ କରୁଛି। ସୁରକ୍ଷା ସଂସ୍ଥାଗୁଡ଼ିକ ସୁରକ୍ଷା ଯୋଗାଇବା ବଦଳରେ ଆକ୍ରମଣକାରୀଙ୍କୁ ସମର୍ଥନ କରୁଛନ୍ତି। ହିନ୍ଦୁଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ତୁରନ୍ତ ବନ୍ଦ କରାଯିବା ନେଇ ଆରଏସ୍‌ଏସ୍ କହିଛି। ଏତଦ୍‌ବ୍ୟତୀତ ଗିରଫ୍ ହୋଇଥିବା ଇସ୍କନ୍ ସନ୍ଥ ଚିନ୍ମୟ ଦାସ ପ୍ରଭୁଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଆରଏସ୍‌ଏସ୍ ଦାବି କରିଛି। ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେ ଏକ ବିବୃତି ଜାରି କରି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଅନ୍ୟାୟ ଜେଲରୁ ମୁକ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି। ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ଇସଲାମିକ ମୌଳବାଦୀଙ୍କ ଦ୍ୱାରା ଆକ୍ରମଣ, ହତ୍ୟା, ଲୁଟ୍‌, ନିଆଁ ଲଗାଇବା ଏବଂ ମହିଳାଙ୍କ ଉପରେ ଅମାନବୀୟ ଅତ୍ୟାଚାର ଅତ୍ୟନ୍ତ ଚିନ୍ତାଜନକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହାକୁ ନିନ୍ଦା କରୁଛି ବୋଲି ସେ ଦର୍ଶାଇଛି। ଏସବୁ ମଧ୍ୟରେ କୋଲାକାତା ସ୍ଥିତ ଇସ୍କନ୍ ସଂଗଠନର ଉପାଧ୍ୟକ୍ଷ ରାଧାରମଣ ଦାସ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ବାଂଲାଦେଶରେ ଆଉ ଜଣେ ବ୍ରହ୍ମଚାରୀ ଶ୍ରୀ ଶ୍ୟାମ ଦାସ ପ୍ରଭୁଙ୍କୁ କୌଣସି କାରଣ ନଥାଇ ଗିରଫ କରାଯାଇଛି। ଚାତୋଗ୍ରାମ ପୁଲିସ୍ ତାଙ୍କୁ ଅନ୍ୟାୟ ପୂର୍ବକ ଗିରଫ କରିଛି। ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଏପରିକି ବାଂଲାଦେଶର ଏକ କୋର୍ଟ ଚିନ୍ମୟ କୃଷ୍ଣ ଦାସଙ୍କୁ ଜାମିନ୍ ଦେବାକୁ ମଧ୍ୟ ମନା କରିଦେଇଛନ୍ତି। ଏହାକୁ ନେଇ ବାଂଲାଦେଶର ହିନ୍ଦୁ ପକ୍ଷ ଏବେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି। କେବଳ ସେତିକି ନୁହେଁ ଚିନ୍ମୟ ଦାସ ପ୍ରଭୁଙ୍କ ଗିରଫଦାରୀକୁ ନେଇ ବାଂଲାଦେଶ ସରକାରଙ୍କୁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି। ଏସବୁ ସତ୍ତ୍ୱେ ଢ଼ାକା ପୁଲିସ୍ ଆଜି ଆଉ ଜଣେ ଇସ୍କନ ତଥା ହିନ୍ଦୁ ସନ୍ଥଙ୍କୁ ଗିରଫ କରିଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ବାଂଲାଦେଶର ଭୈରବ ଅଞ୍ଚଳରେ ଥିବା ଅନ୍ୟ ଏକ ଇସ୍କନ୍ ସେଣ୍ଟରରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସେହିପରି ସେପଟେ ଚାଟ୍ଟଗ୍ରାମରେ ଶୁକ୍ରବାର ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ବନ୍ଦର ସହରର ହରିଶ ଚନ୍ଦ୍ର ମୁନସେଫ୍ ଲେନରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ଶାନ୍ତନେଶ୍ୱରୀ ମା’ ମନ୍ଦିର, ନିକଟସ୍ଥ ଶନି ମନ୍ଦିର ଓ ଶାନ୍ତନେଶ୍ୱରୀ କାଳୀବାରି ମନ୍ଦିରକୁ ଟାର୍ଗେଟ୍ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking