16.1 C
Bhubaneswar
Monday, January 12, 2026
Homeଦେଶ ବିଦେଶବାଂଲାଦେଶରେ ପୁଣିଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ

ବାଂଲାଦେଶରେ ପୁଣିଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ

ଢ଼ାକା: ବାଂଲାଦେଶରେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁ ଧର୍ମାବଲମ୍ବୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଏହିକ୍ରମେ ବୁଧବାର ବିଳମ୍ବିତ ରାତିରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଉପରେ ମୁସଲିମ୍ ଗୋଷ୍ଠୀର କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ହିନ୍ଦୁ ବ୍ୟକ୍ତିକୁ ସେମାନେ ସଂଘବଦ୍ଧ ଆକ୍ରମଣ କରିବା ପରେ ବାନ୍ଧିଦେଇଥିଲେ ଏବଂ ତାଙ୍କ ଦେହରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତେବେ ଏହି ସମୟରେ କୌଶଳ କ୍ରମେ ପୀଡିତ ହିନ୍ଦୁ ବ୍ୟକ୍ତିଜଣକ ସେଠାରେ ପାଖରେ ଥିବା ଏକ ପୋଖରୀକୁ ଡେଇଁ ପଡିଥିଲେ। ପରେ ପହଁରି ପହଁରି ସେ ଆରପାରିକୁ ପଳାୟନ କରିବା ପୂର୍ବକ ଏକ ନିଶ୍ଚିତ ମୃତ୍ୟୁକୁ ଏଡାଇପାରିଛନ୍ତି। ପୀଡିତ ହିନ୍ଦୁ ବ୍ୟକ୍ତିଙ୍କ ନାମ ଖୋକନ ଦାସ (୫୦) ବୋଲି ଜଣାପଡିଛି। ସେ ଘରକୁ ଫେରୁଥିବା ସମୟରେ କିଛି ବିକ୍ଷୋଭକାରୀ ଏକଜୁଟ୍ ହୋଇ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ନିସ୍ତୂକ ମାଡ଼ ମାରିଥିଲେ।

ପୁଲିସ୍ ରିପୋର୍ଟ ଅନୁସାରେ ଏହି ଘଟଣା ଡିସେମ୍ବର ୩୧ ତାରିଖରେ ଦେଶର ଶରିୟତପୁର ଜିଲ୍ଲାରେ ଘଟିଛି। ଏହା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର ଏକ କ୍ରମରେ ସଦ୍ୟତମ ଘଟଣା। ଖୋକନ୍ ଦାସ୍ ଯେତେବେଳେ ରାତିରେ ନିଜର ଏକ ମେଡିକାଲ ଷ୍ଟୋରକୁ ବନ୍ଦ କରି ଘରକୁ ଫେରୁଥିଲେ ସେତେବେଳେ କିଛି ଲୋକ ତାଙ୍କ ତଳିପେଟକୁ ଛୁରୀ ମାଡ଼ କରିଥିଲେ। ପରେ ସେ ତଳେ ପଡି ଚିତ୍କାର କରୁଥିବା ବେଳେ ଜାଳିଦେବା ଉଦ୍ଦେଶ୍ୟରେ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତମାନେ। କିନ୍ତୁ ସେ ସେ କେବଳ ନିକଟବର୍ତ୍ତୀ ପୋଖରୀକୁ ଡେଇଁ ପଡ଼ିବାରୁ ବଞ୍ଚିଗଲେ। ଖୋକନ୍ ଦାସଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି ଏଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହା ଦୁଇ ସପ୍ତାହ ମଧ୍ୟରେ ବାଂଲାଦେଶରେ ଜଣେ ହିନ୍ଦୁଙ୍କ ଉପରେ ଚତୁର୍ଥ ଆକ୍ରମଣ। ଏହାପୂର୍ବରୁ ଡିସେମ୍ବର ୧୮ରେ ମୈମନସିଂର ଭାଲୁକା ଉପଜିଲ୍ଲାରେ ଜଣେ ୨୫ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଈଶ୍ୱର ନିନ୍ଦା ଅଭିଯୋଗ କ୍ରମେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପରେ ମୃତଦେହକୁ ଏକ ଗଛରେ ବାନ୍ଧି ଦୁର୍ବୃତ୍ତମାନେ ଜାଳିଦେଇଥିଲେ। ସେହିପରି ଡିସେମ୍ବର ୨୪ରେ ୨୯ ବର୍ଷୀୟ ଅମୃତ ମଣ୍ଡଳ ନାମକ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ବାଂଲାଦେଶର କାଲିମୋହର ୟୁନିଅନର ହୋସେନଡାଙ୍ଗା ଅଞ୍ଚଳରେ ହତ୍ୟା କରାଯାଇଥିଲା। ଗତ ୩୦ ତାରିଖରେ ମଧ୍ୟ ବଜ୍ରେନ୍ଦ୍ର ବିଶ୍ୱାସ ନାମକ ଜଣେ ୪୨ ବର୍ଷୀୟ ହିନ୍ଦୁ ବ୍ୟକ୍ତିଙ୍କୁ ମେହରାବାରୀ ଅଞ୍ଚଳରେ ଥିବା ସୁଲତାନା ସ୍ୱେଟର୍ସ ଲିମିଟେଡ ନାମକ କାରଖାନା ଭିତରେ ତାଙ୍କ ସହକର୍ମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking