19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଜଣଙ୍କ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । ଆଗକୁ ନିର୍ବାଚନ ଥିବା ବେଳେ ପୁଣି ଜଣେ ହିନ୍ଦୁଙ୍କୁ ଆକ୍ରମଣ କରାଯାଇଛି । ଜଣେ ହିନ୍ଦୁ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଏହି ଘଟଣା ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଛିଡା କରିଛି । ମୃତ ଯୁବକ ଜଣଙ୍କ ହେଲେ ଜୟ ମହାପାତ୍ର । ଜୟଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଜୟଙ୍କୁ ଜଣେ ସ୍ଥାନୀୟ ଲୋକ ପ୍ରଥମେ ପିଟିବା ପରେ ବିଷ ଦେଇ ମାରିଦେଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଶାସନ ପକ୍ଷରୁ ଏହି ମାମଲା ଉପରେ କିଛି ବିବୃତ୍ତି ଜାରି ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଛି । ପରିବାର ଲୋକ ନ୍ୟାୟ ଦାବି କରିଛନ୍ତି ।

ଏହି ମାମଲା ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଭଣ୍ଡାରପୁର ଗାଁରେ ଜଣେ ୨୫ ବର୍ଷୀୟ ଯୁବକ ମିଥୁନ ସରକାର ଙ୍କ ମୃତ୍ୟୁ ହୋଇଛି । ଭିଡ ଭିତରୁ ଖସି ପଳାଇବା ପାଇଁ ଦୌଡିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଚୋରି ସନ୍ଦେହରେ ପିଛା କରୁଥିବା ସମୟରେ ମିଥୁନ ଏକ କେନାଲକୁ ଡେଇଁ ପଡିଥିଲେ । ସେଠାରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି ।ସେମ୍ବର ୨୦୨୫ରେ ଛାତ୍ର ନେତା ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ଏହା ପରେ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଆକ୍ରମଣ ଏବଂ ହତ୍ୟାର ଅନେକ ଘଟଣା ଘଟିଲା। ଦୀପୁ ଚନ୍ଦ୍ର ଦାସ, ଅମୃତ ମଣ୍ଡଳ ଏବଂ ବଜେନ୍ଦ୍ର ବିଶ୍ୱାସଙ୍କ ହତ୍ୟା ସମ୍ପ୍ରଦାୟ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କଲା। ଶରିୟତପୁର ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଲିଞ୍ଚିଂ କରିବା ପରିସ୍ଥିତିର ଗମ୍ଭୀରତାକୁ ସ୍ପଷ୍ଟ କରିଥିଲା। ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ୟୁନିଟି କାଉନସିଲର ଏକ ବିବୃତ୍ତି ଦ୍ୱାରା ମଧ୍ୟ ଏହି ଘଟଣାଗୁଡ଼ିକୁ ନିଶ୍ଚିତ କରାଯାଇଛି। ସଂଗଠନ ଅନୁଯାୟୀ, କେବଳ ଡିସେମ୍ବର ମାସରେ ସାମ୍ପ୍ରଦାୟିକ ହିଂସାର ଅତି କମରେ ୫୧ଟି ଘଟଣା ରିପୋର୍ଟ ହୋଇଛି। ଏଥିରେ ୧୦ଟି ହତ୍ୟା, ୨୩ଟି ଲୁଟପାଟ ଏବଂ ପୋଡ଼ିପୋଡ଼ା ମାମଲା,୧୦ଟି ଡକାୟତି ଏବଂ ଚୋରି ଘଟଣା, ମିଥ୍ୟା ଈଶ୍ୱର ନିନ୍ଦା ଅଭିଯୋଗରେ ଅଟକ ଏବଂ ନିର୍ଯାତନାର ଚାରିଟି ମାମଲା, ଗୋଟିଏ ଦୁଷ୍କର୍ମ ଉଦ୍ୟମ ଘଟଣା ଏବଂ ତିନୋଟି ଶାରୀରିକ ଆକ୍ରମଣ ମାମଲା ଅନ୍ତର୍ଭୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking