31.1 C
Bhubaneswar
Wednesday, March 18, 2026
Homeଓଡିଶାଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ

ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ

କଟକ: ଏସ୍‌ସିବିରେ ପୁଣି ଅଗ୍ନିକାଣ୍ଡ। ନନ୍‌ ଟ୍ରମାରେ ସର୍ଟସର୍କିଟରୁ ଜଳିଗଲା ଇଲେକ୍ଟ୍ରିକ୍ ବୋର୍ଡ । ଅଘଟଣରେ କେହି ମୃତହାତ ହୋଇ ନଥିବା ସୂଚନା । ରବିବାର ବିଳମ୍ବିତ ରାତିରେ ଟ୍ରମା କେୟାର ଆଇସିୟୁର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କ ଜୀବନ ଯାଇଛି। ଆଉ ଏହି ଘଟଣାକୁ ୨ ଦିନ ବି ହୋଇନି । ପୁଣି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ, ମେଡିକାଲରେ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପୂର୍ବରୁ କଟକ ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଏକ ହୃଦୟବିଦାରକ ଅଗ୍ନିକାଣ୍ଡ ଘଟିଥିଲା  । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ମେଡିକାଲର ଟ୍ରମା କେୟାର ୟୁନିଟରେ ଏହି ଭୟଙ୍କର ଅଘଟଣ ଘଟିଥିଲା  । ଏହି ଦୁର୍ଘଟଣାରେ ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking